Site icon Awaj Media

ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତ ତିନିର ପ୍ରଥମ ବର୍ଷର ଓଡ଼ିଆ ଅନର୍ସ ଛାତ୍ରୀ ମାନେ ସ୍ୱଇଛାରେ କଲେଜ ପରିସରରେ ଥିବା ଅନାବନା ଗଛ ସଫା କରିବା ସହ ଆବର୍ଜନା ଗୁଡିକୁ ଏକାଠି କରି କଲେଜର ସମସ୍ତଙ୍କର ପ୍ରିୟପାତ୍ରି ହୋଇ ପାରିଛନ୍ତି । ଏହା ଦେଖି ଅଧ୍ୟକ୍ଷା ଡକ୍ଟର ରୀନା ସାହୁ ଛାତ୍ରୀମାନଙ୍କୁ ସାଧୁବାଦ ଜଣାଇବା ସହ ନିଜେ ବି ଏଥିରେ ଭାଗ ନେଇଥିଲେ । ସେ କହିଛନ୍ତି ଯେ ଯଦି , ସମସ୍ତ ଛାତ୍ରୀଙ୍କର ଏମିତି ଭାବ ରହିବ, ତେବେ ନିଶ୍ଚୟ ସେମାନେ ସୁନ୍ଦର ଆବର୍ଜନା ମୁକ୍ତ କଲେଜକୁ ଗଢି କରି ତୋଳି ପାରିବେ । ଏମାନେ ହିଁ ଦେଶର ଭବିଷ୍ୟତ । ଏପରି କାର୍ଯ୍ୟ ସରସ ସୁନ୍ଦର ଆବର୍ଜନା ମୁକ୍ତ ପାରଳା କୁ ଗଢି ତୋଳିବା ପାଇଁ ପ୍ରେରଣା ଦେବେ ।

Exit mobile version