Site icon Awaj Media

ଚାକଦର୍ ଠାରେ ଆୟୋଜିତ ହେଲା ଚିନ୍ମୟ ଫାଉଣ୍ଡେସନର ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱର ଗ୍ରାମାଞ୍ଚଳରେ ଥିବା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଦେଶର ଗ୍ରାମାଞ୍ଚଳ ମାନଙ୍କରେ “ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ ” ଚାଲୁ ରହିଥିବା ବେଳେ ଆଜି ଏହା ମୟୂରଭଞ୍ଜ ଜିଲ୍ଲାର ଚାକଦର୍ ଠାରେ ଆୟୋଜିତ ହୋଇଛି । ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ବାଂଲାଦେଶ, ସାଉଥ୍ ଆଫ୍ରିକା ସମେତ ବିଭିନ୍ନ ଦେଶର ରାଷ୍ଟ୍ରୀୟ ତଥା ଆଞ୍ଚଳିକ ସଂଯୋଜକ ମାନଙ୍କ ଦ୍ୱାରା ଅନୁଷ୍ଠିତ ହେଉଥିବା ବେଳେ ଆଜି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସଙ୍କ ନେତୃତ୍ବରେ ଚାକଦର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟାଁ, ପାଟବେଡ଼ା, ଶିର୍ଷା, ଜଲ୍ ଡିହା, ଉଦାଳି, ଚାକଦର୍, ଗଣ୍ଡିପାଣି ଆଦି ବିଭିନ୍ନ ଗ୍ରାମର ଶହ ଶହ କଳାକାର ଯୋଗଦାନ କରିଥିଲେ । ସଚ୍ଚି ଦାସ, ସୁଶାନ୍ତ ପାତ୍ର, ସୁଶାନ୍ତ ନାଏକ, ସରୋଜ ନାଏକ, ଲୁଗୁ ଚରଣ ମୁର୍ମୁ, ଚୈତନ୍ୟ ମୁର୍ମୁ, ଗୋପୀନାଥ ଟୁଡୁ, କିସୁନ ହାଁସଦା, ପିତାମ୍ବର ମାର୍ଣ୍ଡି ଆଦି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ କଳାକାର ସିଙ୍ଗରାୟ ମୁର୍ମୁ, ଦୁର୍ଗା ଚରଣ ହାଁସଦା, ଯତୀନ ନାଏକ, ଶରତ ଚନ୍ଦ୍ର ନାଏକ, ସୁରେଶ ନାଏକ ଆଦି ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ଚାଙ୍ଗୁ ନୃତ୍ୟ, ସଙ୍କୀର୍ତ୍ତନ ଆଦି କଳା ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।

Exit mobile version