Site icon Awaj Media

ହଳଦିଆରେ ଚିନ୍ମୟ ଫାଉଣ୍ଡେସନର ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ !!!

Spread the love

ମୟୁରଭଞ୍ଜ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସମଗ୍ର ବିଶ୍ୱର ଗ୍ରାମାଞ୍ଚଳରେ ଥିବା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବା ନିମନ୍ତେ ପ୍ରତ୍ୟକ ଦିନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଦେଶର ଗ୍ରାମାଞ୍ଚଳ ମାନଙ୍କରେ “ମୋ ଗାଆଁ ମୋ ପ୍ରତିଭା କାର୍ଯ୍ୟକ୍ରମ” ଚାଲୁ ରହିଛି ! ମୟୂରଭଞ୍ଜ ର ଚାକଦର୍ ପରେ ଏବେ ହଳଦିଆ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାର ଦେଖିବାକୁ ମିଳିଥିଲା । ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ମୟୁରଭଂଜ ଜିଲ୍ଲା ସଂଯୋଜିକା ଶ୍ରୀମତୀ ସୀତାମଣି ଦାସଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହଳଦିଆ ଅଞ୍ଚଳର ଶହ ଶହ କଳାକାର ଯୋଗଦାନ କରିଥିଲେ । ଉତ୍କର୍ଷ କଳା ପ୍ରଦର୍ଶନ ନିମନ୍ତେ ଫାଉଣ୍ଡେସନ ପକ୍ଷରୁ ଯୋଗ୍ୟ ବିବେଚିତ କଳାକାର ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

Exit mobile version