Site icon Awaj Media

ବାଇକ ଦୁର୍ଘଟଣାରେ ଯୁବକ ମୃତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ବାଇକ ଦୁର୍ଘଟଣାରେ ଯୁବକ ମୃତ ! ୫୩ ନଂ ଜାତୀୟ ରାଜପଥ ସୁକିନ୍ଦା ଡୁବୁରୀ ରାସ୍ତାର ଝୁମ୍ପାଣ ଛକ ନିକଟରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ହାତିବାରୀ ଗ୍ରାମର କୈଳାଶ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ ଅଭୟପୁର ଗ୍ରାମ ପ୍ରକାଶ ନାୟକଙ୍କ ଘରକୁ ଯାଇଥିଲେ । ସେଠାରୁ ବାଇକ ନେଇ ଡ଼ୁବୁରୀ ଯାଉଥିବା ବେଳେ ଝୁମ୍ପାଣ ଛକ ନିକଟରେ ଦୁର୍ଘଟଣାର ଶୀକାର ହୋଇ ଗୁରୁତର ହୋଇଥିଲେ । ଗୁରୁତର ଆହତ ସନ୍ତୋଷକୁ ସ୍ଥାନୀୟ ଲୋକେ ସୁକିନ୍ଦା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସନ୍ତୋଷକୁ ମୃତ ଘୋଷଣା କରିବା ସହ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ସୁକିନ୍ଦା ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version