Site icon Awaj Media

ପାଟକୁରା କଂଗ୍ରେସ ପକ୍ଷରୁ ପରିବର୍ତ୍ତନ ସମାବେଶ ଅନୁଷ୍ଠିତ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଗରଦପୁର ବ୍ଲକ ଅନ୍ତର୍ଗତ ଚଅଁପୁର ନୂଆଶାସନ ଗ୍ରାମରେ ପାଟକୁରା କଂଗ୍ରେସର ପରିବର୍ତ୍ତନ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ପିପିସି ସଭାପତି ଶରତ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ପାଟକୁରାରେ କଂଗ୍ରେସର ସ୍ଥିତି ସମୀକ୍ଷା କରିଥିଲେ ! ଆଗାମୀ ନିର୍ବାଚନ ରେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ପାଖାପାଖି ପାଞ୍ଚ ହଜାର କଂଗ୍ରେସ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସମଗ୍ର ଭାରତ ବର୍ଷରେ କଂଗ୍ରେସ ଆଉ ଥରେ ସୁଯୋଗ ପାଇବା ସହ ଶକ୍ତି ପ୍ରଦର୍ଶନ କରିବ ବୋଲି କହିଥିଲେ ପିସିସି ସଭାପତି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଶାଳ ପରିବର୍ତ୍ତନ ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ରାଜନଗର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା ଓ ପିସିସି ମହିଳା ସଭାନେତ୍ରୀ ବନ୍ଦିତା ପରିଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ନିର୍ବାଚନରେ ଏକ ପରିବର୍ତ୍ତନଶୀଳ ଶକ୍ତିଶାଳୀ କଂଗ୍ରେସ ଦଳ ମୈଦାନକୁ ଓଲ୍ହାଇବ ବୋଲି ସୂଚନା ଦେଇଥିଲେ କଂଗ୍ରେସର ନେତା ଓ କର୍ମୀ ।

Exit mobile version