Site icon Awaj Media

ଭୁତକୋଠି ପାଲଟିବକି ସରକାର ଙ୍କ ୯ ଲକ୍ଷ ଟଙ୍କାର ଅଙ୍ଗନୱାଡ଼ି ଗୃହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତରକିଆରୀ ଗ୍ରାମରେ ଦୀର୍ଘ ୩ ମାସ ହେବ ନୂତନ ଭାବେ ସରକାରୀ ସ୍ୱୀକୃତି ପ୍ରାପ୍ତ ଅଙ୍ଗନୱାଡି ଗୃହ ନିର୍ମାଣ ସହ ସଂପୂର୍ଣ୍ଣ ହସ୍ତାନ୍ତର ହୋଇଥିଲେ ମଧ୍ୟ ଅଙ୍ଗନୱାଡି କର୍ମୀଙ୍କ ବେପରୁଆ ମନୋଭାବ ଓ ବାଣପୁର ବ୍ଳକରେ କାର୍ଯ୍ୟରତ ଥିବା ନିଜ ସ୍ୱାମୀଙ୍କ ସାହସ ଓ ଦବଙ୍ଗଗିରିକୁ ପାଥେୟ କରି ବିଡିଓଙ୍କର ଆଦେଶକୁ ଫୁ କରି ଉଡାଇ ଚାଲିଛନ୍ତି ଅଙ୍ଗନବାଡି ଦିଦି l ଅଙ୍ଗନୱାଡ଼ି କେନ୍ଦ୍ର ନଖୋଲି କୋମଳମତି ଶିଶୁମାନଙ୍କ ଲାଗି ଆସୁଥିବା ସରକାରୀ ସାମଗ୍ରୀ ଆଜି ପର୍ଯ୍ୟନ୍ତ ଅନ୍ଯତ୍ର ରଖିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଅଛି । ଗ୍ରାମରୁ ଅଧ କିଲୋମିଟର ଦୂରରେ ବିପଦ ସଙ୍କୁଳ ବାଲୁଗାଁ ବାଣପୁର ମୁଖ୍ୟ ରାସ୍ତା ଅତିକ୍ରମ କରି କୋମଳମତି ଶିଶୁ ମାନଙ୍କୁ ଚଲାଇ ଚଲାଇ ନେଇ ନିଜକୁ ଖାପ ଖୁଆଇଲା ଭଳି ନିର୍ଧାରିତ ସମୟ ମଧ୍ୟରେ ଅନ୍ତରକିଆରି ପ୍ରାଥମିକ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ସାରି ନିଜ ଘରକୁ ଫେରିଯିବା ଗ୍ରାମବାସୀଙ୍କୁ ଓ ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଅଛି । ଗ୍ରାମବାସୀ ଓ ଅଭିଭାବକ ଏହାର ପ୍ରତିବାଦ କରିଥିବା ସତ୍ତ୍ୱେ ବ୍ଳକ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସନ୍ତୋଷ ଜନକ ପ୍ରତିକ୍ରିୟା ନମିଳିବାରୁ ଆସନ୍ତା ଦିନରେ ଏକ ଆନ୍ଦୋଳନ କରିବା ଲାଗି ଗ୍ରାମବାସୀ ଓ ଅଭିଭାବକ ମନସ୍ଥ କରିଥିବା ଜଣାପଡିଛି ।

Exit mobile version