Site icon Awaj Media

ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ଏସ୍ ୟୁ ସି ଆଇ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଜନ ଜୀବନର ଜ୍ୱଳନ୍ତ ସମସ୍ୟା ନେଇ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ କରିବ ଏସ୍ ୟୁ ସି ଆଇ ! ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ଶିକ୍ଷା ବ୍ୟବସ୍ଥା, ବିଦ୍ୟୁତ ସେବା ଓ ସହରର ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ପ୍ରତିବାଦରେ ଆସନ୍ତା ୨୭ ତାରିଖରେ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣ ବିକ୍ଷୋଭ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ ୟୁ ସି ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଗାନ୍ଧି ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ ସୂଚନା ଦେଇ କହିଲେ ଏହି ବିପର୍ଯ୍ୟସ୍ତ ବ୍ୟବସ୍ଥାରେ ସାଧାରଣ ନାଗରିକ ତାର ମୌଳିକ ସୁବିଧାରୁ ବଞ୍ଚିତ ହେଉଛି। ଏହା ବିରୁଦ୍ଧରେ ଦଳ ପକ୍ଷରୁ ରାଜ୍ଯ ବ୍ୟାପି ସମସ୍ତ ଜିଲ୍ଲା, ବ୍ଲକ, ତହସିଲ ଅଫିସ୍ ସମ୍ମୁଖରେ ବ୍ୟାପକ ଗଣ ବିକ୍ଷୋଭ କରାଯିବ। ସେହି ପରି କଟକ ଜିଲ୍ଲାରେ ମଧ୍ଯ ଜିଲ୍ଲାପାଳ, ବିଭିନ୍ନ ବ୍ଲକ, ତହସିଲ ଅଫିସ୍ ସମ୍ମୁଖରେ ଆନ୍ଦୋଳନ କରାଯିବ। ନିତ୍ଯ ପ୍ରୟୋଜନୀୟ ଜିନିଷର ଆକାଶ ଛୁଆଁ ମୂଲ୍ଯ ହ୍ରାସ କରିବା, ଘନଘନ ବିୁଦ୍ୟୁତକାଟ, ଲୋ-ଭୋଲଟେଜ୍‌, ଅହେତୁକ ବିଦ୍ୟୁତ୍ ବିଲ୍ ବୃଦ୍ଧି ବନ୍ଦ କରିବା ବିଦ୍ୟୁତ୍ ସେବା କ୍ଷେତ୍ରରୁ ଘରୋଇ କମ୍ପାନୀମାନଙ୍କୁ ହଟାଇବା, ବିଦ୍ୟୁତ୍ ଆଇନ ଓ ବିଦ୍ୟୁତ ସଂଶୋଧାନ ବିଲ୍ ୨୦୨୨କୁ ବାତିଲ କରିବା, ସହରର ପରିମଳ ବ୍ୟବସ୍ଥାରୁ ଘରୋଇ କମ୍ପାନୀଙ୍କୁ ହଟାଇବା, ଆବଶ୍ୟକ ସଂଖ୍ୟକ ସଫେଇ କର୍ମଚାରୀ ନିଯୁକ୍ତି ଦେବା, ମଶା ତେଲ ଓ ଧୂଆଁ ଦିନକୁ ଦୁଇଥର ପ୍ରୟୋଗ କରିବା ସହ ନାଳ ନର୍ଦ୍ଦମାଗୁଡିକରୁ ପଙ୍କୋଦ୍ଧାର ଓ ସେଗୁଡିକର ମରାମତି ନିୟମିତଭାବେ କରିବା, ୨୪ଘଣ୍ଟା ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବା, କଟକ ବଡ ମେଡିକାଲ ସମେତ ସହରର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଭିତ୍ତିଭୂମିର ବିକାଶ ଘଟାଇବା ସହ ଆବଶ୍ୟକ ସଂଖ୍ୟକ ଡାକ୍ତର, ନର୍ସ ଓ କର୍ମଚାରୀ ନିଯୁକ୍ତି କରିବା, ସମସ୍ତ ବସ୍ତିବାସିନ୍ଦାଙ୍କୁ ତାଲିକାଭୁକ୍ତ କରି ସେମାନଙ୍କୁ ପଟ୍ଟା ଦେବା ସହ ପକ୍କା ଘର ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦେବା, ବାଲିସାହି ଓ ନିମପୁର ବସ୍ତି ଅଂଚଳ ସମେତ ସମସ୍ତ ବସ୍ତିବାସିନ୍ଦାଙ୍କୁ କଣ୍ଟ୍ରୋଲ ସାମଗ୍ରୀ ସେମାନଙ୍କ ବସ୍ତିରେ ଯୋଗାଇ ଦେବା, ବାଲିସାହି ସମେତ ସମସ୍ତ ବସ୍ତିବାସିନ୍ଦାଙ୍କୁ ଫ୍ରି ବସ୍ ସେବା ଯୋଗାଇ ଦିଆଯାଉ, ସବୁ ବସ୍ତିଗୁଡିକରେ ଫ୍ରି ବିଦ୍ୟୁତ ସେବା ଯୋଗାଇ ଦେବା, ବନ୍ଦ କରାଯାଇଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା, ସମସ୍ତ ଶିକ୍ଷାନୁଷ୍ଠାନରେ ଆବଶ୍ୟକ ଶିକ୍ଷକ ଓ କର୍ମଚାରୀ ସ୍ଥାୟୀ ଭିତ୍ତିରେ ନିଯୁକ୍ତି କରିବା, ଶିକ୍ଷା ବିରୋଧୀ ଜାତୀୟ ଶିକ୍ଷାନୀତି ୨୦୨୦କୁ ବାତିଲ କରିବା, ଜାଇକାର ନିର୍ମାଣ କାର୍ଯ୍ୟକୁ ଉପଯୁକ୍ତ ଭାବେ ପରିଚାଳନା କରାଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବା, କଟକ ସହରର ସାହିବସ୍ତିମାନଙ୍କରୁ ବର୍ଷା ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବା, ଛାତ୍ରୀ ଓ ମହିଳାମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଓ ଜଙ୍ଗଲ ସଂରକ୍ଷଣ ଆଇନ ୨୦୨୩କୁ ବାତିଲ କରିବା ପ୍ରମୁଖ ଦାବିରେ ୨୭ ସେପ୍ଟେମ୍ବର ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ଗଣ ବିକ୍ଷୋଭ କରାଯିବ। ଏହି ବିକ୍ଷୋଭରେ ଯୋଗଦାନ କରି ସଫଳ କରିବାକୁ ସର୍ବ ସ୍ତରର ଜନସାଧାରଣଙ୍କୁ ଶ୍ରୀ ଦସ ନିବେଦନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ ୟୁ ସି ଆଇ ଜିଲ୍ଲା ଅଫିସ୍ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଦସ୍ଯ ବସନ୍ତ ନାୟକ, ବବି ବଳବନ୍ତରାୟ ସୌଭାଗ୍ଯ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version