Site icon Awaj Media

ବାଲ୍ୟ ବିବାହ ମୁକ୍ତ ସଚେତନତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ କଟଲକୋଇଥା ପଞ୍ଚାୟତ ର ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଜପୁର ଠାରେ କୈଳାଶ ସତ୍ୟର୍ଥୀ ଚିଲଡ୍ରେନଫାଉଣ୍ଡେସନ ଓ ସିସିଡି ଆନୁକୁଲ୍ୟରେ ବାଲ୍ୟ ବିବାହ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି । ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ୍ କୁମାର ପଟ୍ଟନାୟକ ପ୍ରଦୀପ ପ୍ରଜ୍ଵଳିତ କରି ଶୁଭ ଆରମ୍ଭ କରିଥିବା ବେଳେ ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ବିଜୟ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର/ଛାତ୍ରୀ ମାନଙ୍କ ଜରିଆରେ ଜାଜପୁର ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଭାବେ ପରିଣତ କରିବା ପାଇଁ ବିଦ୍ୟାଳୟ ସ୍ତରରେ ଶପଥ ପାଠ କରିବା ସଙ୍ଗେ ସଙ୍ଗେ ଶିଶୁ ଅର୍ଥାତ୍ ୦ – ୧୮ ବର୍ଷ ଛାତ୍ରୀ ଓ ୦ – ୨ ୧ବର୍ଷ ଛାତ୍ର ମାନଙ୍କର ମୁଖ୍ୟ ଚାରୋଟି ଅଧିକାର ତଥା ବଞ୍ଚିବା, ସୁରକ୍ଷା,ବିକାଶ ଓ ସହ ଭାଗିତା ଅଧିକାର ଉପରେ ଆଲୋକପାତ କରିଥିଲେ । ବାଲ୍ୟ ବିବାହ ଦ୍ଵାରା ଝିଅ ଓ ପୁଅର ଶିକ୍ଷାର ଅଭାବ, ଆର୍ଥିକ ଅବସ୍ଥା, ପରିବାର ର ବୋଝ ଓ ତତ୍ ସାଙ୍ଗେ ସାଙ୍ଗେ ବାଲ୍ୟ ବିବାହ ଫୋଳରେ ସରକାରଙ୍କ ଦଣ୍ଡ ବ୍ୟବସ୍ଥା ଇତ୍ୟାଦି ଉପରେ ମଧ୍ୟ ସଚେତନତା ସୃଷ୍ଟି କରିଛନ୍ତି । ବିଦ୍ୟାଳୟ ର ଅଷ୍ଟମ, ନବମ ଓ ଦଶମ ଶ୍ରେଣୀ ର ୧୨୦ ଜଣ ଛାତ୍ର/ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟତ୍ରୀ ନର୍ମଦା ଦେ଼ଇ, ଚପଳା ପାଣିଗ୍ରାହୀ, ଏ ମ ପ୍ରିୟଙ୍କା ମଞ୍ଚାସୀନ ଥିବାବେଳେ, ଶିକ୍ଷୟତ୍ରୀ ବବିତା ପୁରହିତୋ ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୋହନ ବାରିକ, ଗୋଡ ଗୌରି, ଗୀତାଞ୍ଜଳି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version