Site icon Awaj Media

ସିଆରପିଏଫ ବାଟାଲିୟନ ତରଫରୁ ” ମେରୀ ମିଟି, ମେରା ଦେଶ ” କାର୍ଯ୍ୟକ୍ରମ ଆୟୋଜିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ୧୨୭ ସିଆରପିଏଫ ବାଟାଲିୟନ ତରଫରୁ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି ଅବସରରେ ଟାଉନର ଗୁଳିମରାପଦା ସାହି, ପଣଷପଡି ,ଖଜୁରିନାଳ, ବଡ଼ଗାଁ ,କାମପଡା , ବାରଖମା, ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ଏବଂ ପଣଷପଡି ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ସ୍ୱାଧୀନତାର ଅମୃତ ମହୋତ୍ସବ” ଅଭିଯାନ ଅନ୍ତର୍ଗତରେ “ମେରୀ ମାଟି, ମେରା ଦେଶ” କାର୍ଯ୍ୟକ୍ରମ ଜରିଆରେ ଅମୃତ କଳସ ଯାତ୍ରା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସିଆରପିଏଫ ସଦସ୍ୟ ମାନେ ଉକ୍ତ ସାହି ବାସିନ୍ଦା ଓ ଗ୍ରାମବାସୀ ତଥା ଅଞ୍ଚଳର ସମସ୍ତ ଜନ ପ୍ରତିନିଧିଙ୍କ ନିକଟରେ ପହଞ୍ଚି ହାତରେ ମାଟି କଳସ ନେଇ”ମେରୀ ମାଟି, ମେରା ଦେଶ” ବୋଲି ଶପଥ ଗ୍ରହଣ କରିଥିଲେ। ଏଥିରେ ୧୨୭ ବାଟାଲିୟନ ସିଆରପିଏଫ ର କମାଣ୍ଡାଣ୍ଟ ଆନନ୍ଦ ଝା ଅତିଥି ଭାବେ ଯୋଗଦେଇ ସ୍ୱାଧୀନତାର ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପ କମାଣ୍ଡେଣ୍ଟ ବିପିନ କୁମାର ତଥା ସହାୟକ କମାଣ୍ଡେଣ୍ଟ କୁମାର ରାଘବେନ୍ଦ୍ର, ୱାର୍ଡ ପ୍ରତିନିଧି, ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି, ପଣଷପଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରହରାଜ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ସିଆରପିଏଫର ଜବାନ ମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।

Exit mobile version