Site icon Awaj Media

ନାଚୁଣୀ ହରିକୁଣ୍ଡ ବରଡି ଛକ ନିକଟରେ ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ହରିକୁଣ୍ଡ ବରଡି ଛକ ଠାରେ ଘଟିଛି ଅଘଟଣ । ଟ୍ରକ ପଛକୁ ପିଟିଲା ଯାତ୍ରୀବାହୀ ବସ । ଅଳ୍ପକେ ବର୍ତିଲେ ୪୦ଜଣ ଯାତ୍ରୀ , ୨ ଜଣ ଯାତ୍ରୀ ସାମାନ୍ୟ ଆହାତ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଚିକିତ୍ସା ପାଇଁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଘଟଣାରୁ ପ୍ରକାଶ ଯେ ମାଲକାନାଗିରି ରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରୀ ମାନଙ୍କୁ ନେଇ ଯାଉଥିବା ରିଲାଏନ୍ସ ବସ୍ ଏକ ଟ୍ରକକୁ ଓଭରଟେକ କରି ଆଗକୁ ଯାଉଥିବା ବେଳେ ହଠାତ ବରଡି ଛକ ଠାରେ ଦୁର୍ଘଟଣା ଗ୍ରସ୍ତ ହେଇଛି । ରାସ୍ତାର ଗୋଟିଏ ପାର୍ଶ୍ଵରେ ଉଭୟ ଟ୍ରକ ଏବଂ ବସ୍ ଚାଲୁଥୁବା ଅବସ୍ଥାରେ ଟ୍ରକ ପଛକୁ ଧକ୍କା ଦେଇଥିଲା ବସ୍ । ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଦୁଇଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ବସର ହେଲ୍ପର ସଞ୍ଜୟ କୁମାର ପ୍ରଧାନ ଗୁରୁତର ଆହାତ ହୋଇଛନ୍ତି । ସମସ୍ତ ଯାତ୍ରୀଙ୍କୁ ପୋଲିସ ଉଦ୍ଧାର କରି ଅନ୍ୟ ଏକ ବସରେ ଛାଡିଥିବା ବେଳେ ଆହତ ବ୍ୟକ୍ତି ମାନଙ୍କୁ ବାଲୁଗାଁ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଇଛି ।

Exit mobile version