Site icon Awaj Media

ପିତୃମାତୃ ହୀନ ଝିଅର ବାହାଘରରେ ପହଞ୍ଚିଲେ ବିଭାଗୀୟ ଉପଦେଷ୍ଟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଯାହାର ବାପା ମାଆ ନାହାନ୍ତି , ତାହାର ସମସ୍ତେ ଅଛନ୍ତି । ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ। ବଡ଼ପଦା ଅଞ୍ଚଳର ମାତୃପିତୃହୀନ ଏକ ଝିଅ ଯିଏକି କିଛିଦିନ ତଳେ ଶିଶୁଯତ୍ନ ଅନୁଷ୍ଠାନ, ପାରଳାଖେମୁଣ୍ଡିରେ ରହି ବଢ଼ୁଥିଲା ! କିନ୍ତୁ 18 ବର୍ଷ ପରେ ଶିଶୁ ମଙ୍ଗଳ ସମିତି, ଗଜପତି ଝିଅଟିକୁ ତାହାର ବଡ଼ବାପା, ବଡ଼ମାଆ କୁ ହସ୍ତାନ୍ତର କରିଥିଲେ । କିନ୍ତୁ ପ୍ରଶାସନ ନିଜ ଦାୟିତ୍ବ ସେତିକିରେ ସାରିନଥିଲା , ଝିଅଟି ତାହାର ଭବିଷ୍ୟତରେ କିପରି ସବୁକିଛି ପାଇବ ସେହି ଅନୁସନ୍ଧାନରେ କାର୍ଯ୍ୟ ଜାରି ରଖିଥିଲା । ଗତକାଲି ଝିଅଟିର ବାହାଘର ସେମାନଙ୍କର ଜାତି ଏବଂ ଗୋତ୍ର ହିସାବରେ ସେହି ଅଞ୍ଚଳର ଗୋଟିଏ ପୁଅ ସହିତ ହୋଇଛି । ଝିଅଟିକୁ 19 ବର୍ଷ ହୋଇଥିଲା ବେଳେ ବର୍ତ୍ତମାନ ସେ ବି.ଏ ପାଠ ପଢ଼ୁଛି। ସେହିପରି ପୁଅଟି ବି.ଏ ପାଠ ପଢ଼ା ସାରି ସ୍ବାସ୍ଥ୍ୟ ବିଭାଗରେ ସିକ୍ୟୁରିଟି ଗାର୍ଡ ହିସାବରେ କାର୍ଯ୍ୟରତ ଅଛି ।
ଏହି ବାହାଘରରେ ରାଜ୍ୟ ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଶ୍ରୀମତି ସୁମିତ୍ରା ଜେନା ଯୋଗଦେଇ ନବ ଦମ୍ପତ୍ତିଙ୍କୁ ଆଶିର୍ବାଦ ଦେବା ସହ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସାହନ ରାଶି ବାବଦରେ ଟ.50,000 ଙ୍କା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ମଧ୍ୟ ଯୋଗ ଦେଇଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପରାମର୍ଶଦାତା ଶ୍ରୀଯୁକ୍ତ ଡ଼ି.ମଲ୍ଲିକ ପୁରା କାର୍ଯ୍ୟକ୍ରମରେ ରହି ଆୟୋଜକ ମାନଙ୍କୁ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଝିଅର ସମ୍ପର୍କିୟ ବଡ଼ବାପା ଓ ବଡ଼ମାଆ, ମାଉସୀ ଏବଂ ପିଉସୀ ଯୋଗ ଦେଇଥିଲା ବେଳେ ପୁଅଘରର ସମସ୍ତେ ଯୋଗ ଦେଇଥିଲେ ।

Exit mobile version