ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା କୂଳ ର ବାଲୁଗାଁ କଲେଜ ପଛରେ ଏକ ରାସ୍ତା ଯାହା ରଘୁନାଥପୁର କୁ ଯିବା ଆସିବା କରୁଥିବା ସଂଯୋଗ ରାସ୍ତା ଟିଏ l ତାହାରି ଭିତରେ ରହିଛି ମାୟା ନଗରୀ , ଏହି ମାୟା ନଗରୀ ରେ ପ୍ରତିଦିନ ବ୍ରାଉନ ସୁଗାର ବ୍ୟବସାୟ ଠାରୁ ଆରମ୍ଭ କରି ବିକ୍ରି ହେଉଛି ବେଆଇନ ଦେଶୀ ବିଦେଶୀ ମଦ l ବିଭିନ୍ନ ଅଞ୍ଚଳରୁ ଲୋକ ଏବଂ ଯୁବପିଢ଼ି ଏଠାକୁ ମଦ ଓ ପାଉଡର ବେପାର ପାଇଁ ଭିଡ଼ ଲାଗେ, ଦିନକୁ ଦିନ ନଷ୍ଟ ହେବାକୁ ବସିଛନ୍ତି ଯୁବପିଢ଼ି ! ଦିନ ହେଉ ବା ରାତି କିଛି ଫରକ ପଡ଼େନି ସେଠି l ସବୁ ମାୟାରେ ବାୟା, କିନ୍ତୁ ପରିବେଶ କଳୁଷିତ ହେବାରେ ଲାଗିଛି , ଏହା ପାଇଁ ଦାୟୀ କିଏ ? କାହା ସ୍ୱାର୍ଥ ରେ ଚାଲିଛି ବେପାର ? ପ୍ରଶାସନ ଏଠି କରୁଛି କଣ ଜନସାଧାରଣରେ ବଡ଼ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି l ହେଲେ ସେହି ରାସ୍ତା ରେ ସ୍କୁଲ କଲେଜ ପାଠ ପଢୁଆ ଛାତ୍ର ଛାତ୍ରୀ ମାନେ ଯିବା ଆସିବା ପ୍ରତିଦିନ କରିଥାନ୍ତି l କିଏ ମଦପିଈ ମାତାଲ ହେଉଛି ତ କିଏ ସ୍କୁଲ ଓ କଲେଜ ଛାତ୍ରୀଙ୍କୁ ଅପବ୍ୟବହାର ସହିତ କମେଣ୍ଟ ମାରୁଥିବା ଦେଖିବାକୁ ମିଳୁଛି l କିନ୍ତୁ ସେହି ରାସ୍ତା ରେ ଯିବl ଆସିବା ପାଇଁ ଏବେ ବିପଦ ଦେଖା ଦେଇଛି l ସେମାନଙ୍କୁ ସୁରକ୍ଷା ଦେବ କିଏ ? କାହା ହାତରେ ଏହି ସୁରକ୍ଷା ଦାୟିତ୍ୱ ଯାହା ବର୍ତମାନ ସମୟରେ ବାଲୁଗାଁ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି l ସମାଜସେବା ନାଁ ରେ କିଛି ହାତ ବାରିସି କାମ କରାଇ ବଟି ନେଇ ଚାଲିଛନ୍ତି ଦଲାଲ, କେତେ ଜଣଙ୍କ ମୁହଁକୁ ବନ୍ଦରଖି ଏହି ବେପାର ଚଳେଇବେ ଯାହା ଚିଲିକା କୂଳ ଜେଟି ଠାରୁ ଆରମ୍ଭ କରି ଚାହା ଖଟି ଓ ବାଲୁଗାଁ ବଜାରରେ ବିଭିନ୍ନ ଜାଗାରେ ଚର୍ଚ୍ଚା ଜୋର ଧରିଛି l ଆଉ କେତେ ଦିନ ଏହିଭଳି ଚାଲିବ ମାୟା ନଗରୀର କେଳଙ୍କାରୀ ଯାହା ଆଜିର ସମାଜରେ ଯୁବପିଢ଼ିଙ୍କୁ ସଠିକ ମାର୍ଗରୁ ନେଇ ଭୁଲ ରାସ୍ତା ରେ ପହଁଚି ନଷ୍ଟ ହେବାରେ ଲାଗିଛି l ଏଥିରୁ ଯୁବପିଢ଼ିଙ୍କୁ ମୁକୁଳିବା ବଡ଼ କଷ୍ଟ ହୋଇପଡିଛି l ଯଦି ପ୍ରଶାସନ ଏଦିଗରେ ଦୃଷ୍ଟି ନଦିଅନ୍ତି ତେବେ ଆଗକୁ ଏହାର ପରିଣାମ ବହୁତ ଭୟlବହ ହେବା ସହିତ ବିଶୃଙ୍ଖଳା ର ଉଗ୍ରରୂପ ନେବ ! ସାଧାରଣ ରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି l ଯାହା ଫଳରେ ଟଙ୍କା ପାଇଁ ଚୋରି, ଡକାୟତି, ଲୁଣ୍ଠନ, ଝଗଡା, ଓ ହଣା ମରା ହେବାର ଉଦାହରଣ ରହିଛି l ଏବେ ଦେଖିବାକୁ ବାକି ରହିଲା ଏ ଦିଗରେ ସ୍ଥାନୀୟ ପ୍ରଶାସନ କେବେ ଆକ୍ସନ ନେଉଛି ।।
ବାଲୁଗାଁ : ମାୟା ନଗରୀର ମାୟା ଜାଲରେ ଯୁବପିଢ଼ି !!!

