Site icon Awaj Media

ସଫ୍ଟବଲ ପ୍ରତିଯୋଗୀତାରେ ବିଜୟୀ ବାକିକା ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାଜ୍ୟ ସ୍ତରୀୟ ସଫ୍ଟବଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ବିଜୟୀ ହୋଇଥିବା ରୟାଗଡା ଜିଲ୍ଲାର ବାକିକା ଦଳକୁ ରେଳ ଷ୍ଟେସନ ଠାରେ ସ୍ୱାଗତ କରାଯାଇଥିଲା ! ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା ବାଲେଶ୍ୱର ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା , ଏଥିରେ ରାୟଗଡ ବାଳିକା ବର୍ଗରେ ରାୟଗଡା ଦଳ ବିଜୟ ଲାଭ କରିଥିଲା l କୋଳାନାରା ବ୍ଲକ ଅନ୍ତର୍ଗତ କୈଳାଶପୁର ମଙ୍ଗଳ ବିଭାଗ ଉଚ୍ଚ ବିଦ୍ୟାଳୟ ରିଙ୍କୁ କାଦ୍ରାକl,ସୁଭାଷିନୀ କୁମ୍ବ୍ରିକା,ରଂଜିତା ହେପୃକା, ଅନୁସୂୟା କୀଲାକା , ଉନ୍ନୀତ ଉଚବିଦ୍ୟାଳୟ ପୂଝରୀଗୁଡ଼ାର ତ୍ରିଶା ପେରସିକା,କରିସ୍ମା ହାରିକା,ସୋନାଲୁ କଲକା ଓ ଜଗଦମ୍ବା ଉଚବିଦ୍ୟାଳୟର ଜସ୍ମିତା କୀଲାକା,ସାବିତ୍ରୀ କlଦ୍ରlକl, ମନୀଷା ୱାଡକା, ରାଜେଶ୍ୱରୀ କଣ୍ଡlଗୋରି ଓ ଉନ୍ନୀତ ଉଚବିଦ୍ୟାଳୟ ମୁନ୍ସୀଙ୍ଗର ଶିବନ୍ତି ଗଣ୍ଟା ଆଦି ଜିଲ୍ଲାତରଫରୁ ଭlଗନେଇ ଉତ୍କୃଷ୍ଠ ଖେଳ ପ୍ରଦର୍ଶନ କରି ବିଜୟ ହାସଲ କରିଥିଲେ l ବାଳିକା ମାନଙ୍କ କୋଚ ପାୟଲ ମାଝୀ, ବାଳକ ମାନଙ୍କ କୋଚ ଜୟକୃଷ୍ଣ ପାତ୍ର, ସନ୍ତୋଷ ନାୟକଙ୍କୁ ତତ୍ୱାବଧାନରେ ଜିଲାରୁ ଅଂଶଗ୍ରଣ କରିଥିଲେ l ସ୍ଥାନୀୟ ରେଳ ଷ୍ଟେସନରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ, ଜିଲ୍ଲା ସୂଚନା ଓ କୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ବରିଷ୍ଠ ଶିକ୍ଷକ ତଥା ଉପଦେଷ୍ଟା ଶଶିଭୂଷଣ ପଟ୍ଟନାୟକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ହରିହର ପାତ୍ର, ଗୋବିନ୍ଦ ଚନ୍ଦ୍ର ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ସୁନୀଲ ଚଦ୍ର ମହାନ୍ତ,ଜଗଡ଼ମ୍ବା ଉଚବିଦ୍ୟାଳୟର କ୍ରୀଡା ଶିକ୍ଷକ ଧର୍ମେନ୍ଦ୍ର କଡମ୍ବାଳୁ ପ୍ରମୁଖ ସ୍ୱାଗତ କରିଥିଲେ l

Exit mobile version