Site icon Awaj Media

ସମଲେଇ ନୃତ୍ୟ କଳା ପରିଷଦ ଓ ଜିଲ୍ଲା ସଂସ୍କୃତି ପରିଷଦ ଦ୍ବାରା ଜିଲ୍ଲା ସ୍ତରୀୟ ନୂଆଖାଇ ଭେଟଘାଟ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଜିଲ୍ଲା ସଂସ୍କୃତି ପରିଷଦ ଓ ପାରଳାର ଅଗ୍ରଣୀ ନୃତ୍ୟ ପ୍ରତିଷ୍ଠାନ ସମଲେଇ ନୃତ୍ୟ କଳା ପରିଷଦ ମିଳିତ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ସ୍ଥାନୀୟ ନଗର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥି ସହ ସମ୍ମାନିତ ଅତିଥି ରୂପେ ପାରଳା ପୌର ପରିଷଦ ଅଧ୍ୟକ୍ଷ। ନିର୍ମଳା ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ନାଟ୍ୟକାର ଆଦର୍ଶ ଦାସ, ସଭାପତି ନୃସିଂହ ଚରଣ ପଟ୍ଟନାୟକ ଯୋଗ ଦେଇ ନୂଆଁଖାଇ ଭେଟଘାଟ ବିଷୟରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବାଳକୃଷ୍ଣ ପାଣିଗ୍ରାହୀ ସମ୍ପାଦକୀୟ ବିବରଣୀ ଉପସ୍ଥାପନା କରିଥିଲେ। ମୂଖ୍ୟ ଅତିଥି ଜିଲ୍ଲାପାଳ ନିଜ ବକ୍ତବ୍ୟରେ ସଂସ୍କୃତି ପରିଷଦର ଏହି ଉଦ୍ୟମକୁ ସାଧୁବାଦ ଜଣାଇବା ସହ ଯଦିଓ ଏହା ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ମଧ୍ୟ ପାରଳାଖେମୁଣ୍ଡିରେ ପାଳନ କରାଯାଉ ଥିବାରୁ ସେ ଆନନ୍ଦିତ ବୋଲି ପ୍ରକାଶ କରିଥିଲେ। ଏହି ଅବସରରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦର ଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଏଥି ସହ ପାରଳାର ନୃତ୍ୟ ଭିତ୍ତିକ ଅନୁଷ୍ଠାନ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳା କେନ୍ଦ୍ର, ସମଲାଇ ନୃତ୍ୟ କଳା ପରିଷଦ, ପଦାମୃତ ନୃତ୍ୟାୟନ, ମିରାକଲ୍ ନୃତ୍ୟ ଅନୁଷ୍ଠାନ ପ୍ରଭୃତି ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସଭା ଶେଷରେ ମନୋଜ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ, ଡି ମୋହନ ରାଓ ପ୍ରଭୃତି ପରିଚାଳନା କରିଥିଲେ।

Exit mobile version