Site icon Awaj Media

କଳିଙ୍ଗନଗରରେ ମାଇନ୍ସରୁ ଆସୁଥିବା ଲୋଡ ଗାଡି ଗୁଡ଼ିକୁ ଛେକିଲେ ସ୍ଥାନୀୟ ଗାଡି ମାଲିକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଖଣି ଅଞ୍ଚଳରେ ମାଲ ଲୋଡ଼ିଂ ସମସ୍ୟାକୁ କେନ୍ଦ୍ର କରି କଳିଙ୍ଗନଗର ସ୍ଥିତ ଛକ ପାଖ ମୁଖ୍ୟ ରାସ୍ତାରେ ମାଇନ୍ସରୁ ଲୋଡ ହୋଇ ଆସୁଥିବା ଗାଡି ଗୁଡ଼ିକୁ ସ୍ଥାନୀୟ ଗାଡି ମାଲିକ ମାନେ ବୁଧବାର ଦିବା 11 ଘଟିକା ସମୟରେ ଅଟକ ରଖିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ସୁକିନ୍ଦା ଖଣି ଅଞ୍ଚଳରେ ସ୍ଥାନୀୟ ଗାଡି ମାଲିକ ମାନେ ଜୋର୍ ଜବରଦସ୍ତ ଖଣିରେ ଆଗରେ ଗାଡି ପୁରାଇ ମାଲ ଲୋଡ଼ିଂ କରୁଥିବା ଅଭିଯୋଗ ଆଣି ସୁକିନ୍ଦା ଅଞ୍ଚଳର ଅନ୍ୟ ଗାଡି ମାଲିକ ମାନଙ୍କର ସଠିକ୍ ଭାବେ ଗାଡି ଲୋଡ ହୋଇ ପାରୁନଥିବା ସମସ୍ୟାକୁ କେନ୍ଦ୍ରକରି ଆଜି ଗାଡି ସୁକିନ୍ଦା ମିନେରାଲ ଟ୍ରକ୍ ଓନର୍ ଆସୋସେଶନ ଗାଡ଼ି ମାଲିକ ମାନେ କଳିଙ୍ଗନଗର ଠାରେ ସୁକିନ୍ଦା ଖଣି ଅଞ୍ଚଳରୁ ଆସୁଥିବା ଗାଡି ଗୁଡ଼ିକୁ ଅଟକ ରଖିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଗାଡି ମାଲିକ ମାନଙ୍କୁ ବୁଝାବୁଝି ଜାରି ରହିଥିବା ସୂଚନା ମିଳିଛି ।

Exit mobile version