Site icon Awaj Media

ଗୁନୁଗୁନିଆରେ ଉଦ୍ଘାଟିତ ହେଲା ଚିନ୍ମୟ ଫାଉଣ୍ଡେସନର ଅବଧାନଙ୍କ ପାଠଶାଳା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଆନ୍ତର୍ଜାତିକ ସ୍ତରରେ ଶିଶୁ ମାନଙ୍କର ସାମଗ୍ରିକ ବିକାଶ ନିମନ୍ତେ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ବିଶ୍ୱର ଗ୍ରାମାଞ୍ଚଳ ମାନଙ୍କରେ ଆୟୋଜିତ ହେଉଛି ମୁକ୍ତାକାଶ ପୂର୍ଣ୍ଣାଙ୍ଗ ବିଦ୍ୟାଳୟ କାର୍ଯ୍ୟକ୍ରମ ” ଅବଧାନଙ୍କ ପାଠଶାଳା” । ଯାଜପୁର ଜିଲ୍ଲାର ବାବଲପୁର ଠାରେ ଗଢି ଉଠିଥିବା ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ, ରାଜ୍ୟ, ଜିଲ୍ଲା ତଥା ଆଞ୍ଚଳିକ ଶାଖା କାର୍ଯ୍ୟାଳୟ ମାନଙ୍କ ଦ୍ଵାରା ଉକ୍ତ ବିଦ୍ୟାଳୟ ଗୁଡିକୁ ପରିଚାଳନା କରାଯାଉଥିବା ବେଳେ, ସମ୍ପ୍ରତି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ ଅନ୍ତର୍ଗତ ବାଣ୍ଡିଗାଁ ପଞ୍ଚାୟତର ଗୁନୁଗୁନିଆ ଠାରେ ଏହି ମୁକ୍ତାକାଶ ବିଦ୍ୟାଳୟର ଶୁଭ ଉଦ୍ଘାଟନ କରାଯାଇଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲା ସଂଯୋଜକ କମଳ ଚଣ୍ଡୀଙ୍କ ନେତୃତ୍ବରେ କୁନି କୁନି ପିଲା ମାନଙ୍କୁ ନେଇ ଉକ୍ତ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଏଥିରେ ଦୁର୍ମିଲା ଶଗଡ଼ିଆ, ନମିତା ନାଏକ, ପ୍ରେମଲତା ବାଗ, ଆକାଶୀ ପେଡ୍,ଚିନ୍ମୟ ପଟେଲ, ସସ୍ମିତା ରାଉତ, ରୀତା ପଟେଲଙ୍କ ସମେତ ବହୁ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମିକ, ବୌଦ୍ଧିକ, ସାଂସ୍କୃତିକ, ସାମାଜିକ,ଆଧ୍ୟାତ୍ମିକ, ବିଜ୍ଞାନ ସମ୍ମତ ପୂର୍ଣ୍ଣାଙ୍ଗ ବିଦ୍ୟାର ବିକାଶ କରିବା ଉକ୍ତ ବିଦ୍ୟାଳୟର ମୌଳିକ ଲକ୍ଷ୍ୟ ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି ।

Exit mobile version