Site icon Awaj Media

ଅସହାୟ ,ଦଳିତ ଓ ନିଷ୍ପେସିତଙ୍କ ପାଇଁ କାମ କରିବା ସାମ୍ୱାଦିକ ମାନଙ୍କର ପରମ କର୍ତ୍ତବ୍ୟ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ଜିଲ୍ଲା ସାମ୍ବାଦିକ ସଂଘ ଯାଜପୁର ପକ୍ଷରୁ ଯାଜପୁର ଜିଲ୍ଲାର ସମସ୍ତ ବ୍ଲକର ସାମ୍ବାଦିକ ମାନଙ୍କୁ ନେଇ ଆଲଚନା ଚକ୍ର ପାଣିକୋଇଲି ସ୍ଥିତ ସ୍ପାଇସ ଓଡ଼ିଶା ହୋଟେଲ ପରିସରରେ ଅନଷ୍ଠିତ ହୋଇଯାଇଛି । ସଂଘର ସଭାପତି ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଅତିଥି ଭାବେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ବରିଷ୍ଠ ଆଇଜୀବୀ ତଥା ସମାଜ ସେବିକା ସୁଶ୍ରୀ ଝାନ୍ସି ରାଣୀ ଦାସ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ଚିନ୍ମୟ ଫାଉଣ୍ଡେସନର ଆନ୍ତର୍ଜାତୀୟ ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶ ଓ ଦୈନିକ ଦିନଚର୍ଯ୍ୟା ଖବର କାଗଜର ସମ୍ପାଦକ ଶ୍ରୀଯୁକ୍ତ ତପନ ମହାରଣ୍ୟ ତଥା ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର ଆସୋସିଏଟ ପ୍ରଫେସର ଶ୍ରୀଯୁକ୍ତ ବିଶ୍ଵ ଭୂଷଣ ଧିରସାମନ୍ତ, ସମାଜ ସେବୀ ଶ୍ରୀଯୁକ୍ତ ଅଜୟ କୁମାର ପଣ୍ଡା ଆଦି ଯୋଗଦେଇଥିଲେ । ପ୍ରଥମେ ପୂଜ୍ୟ ବାପୁଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ ପରେ ସାମ୍ବାଦିକ ସଂଘର ଏକତା ଆଉ ସୁରକ୍ଷା ଉପରେ ଅନେକ ଆଲୋଚନା କରିବା ସହ ସାମ୍ବାଦିକ ସମାଜର ଏକ ମାଇଲ ଖୁଣ୍ଟ , ସାମ୍ବାଦିକର ଲେଖା ଆଉ ଖବର ପ୍ରସାରଣ କିଭଳି ନିରପେକ୍ଷତା ଅବଲମ୍ବନ କରି ସମାଜରେ ବସବାସ କରୁଥିବା ଦଳିତ,ନିଷ୍ପେସିତ, ଅବହେଳିତ ଓ ଅସହାୟ ଲୋକଙ୍କ ପାଇଁ କାମ କରାଯାଇ ପାରିବ ସେ ଦିଗରେ ଅଗ୍ରସର ହେବାକୁ ଅତିଥିମାନେ ବିବରଣୀ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଅଧିକରୁ ଅଧିକ ସାମ୍ବାଦିକ ଭାଇ ମାନଙ୍କୁ ସଂଘରେ ସାମିଲ କରାଯାଇ ବିଭିନ୍ନ ବ୍ଲକ ସ୍ତରରେ କମିଟି ଗଠନ କରାଯାଇ କାର୍ଯ୍ୟକ୍ରମ ଜାରି ରଖିବା ସହ ଯାଜପୁର ଜିଲ୍ଲାରେ ନୂତନ ଭାବେ ଏକ ବଡ ସଂଗଠନ ଭାବେ ଛିଡ଼ା ହୋଇ ଲୋକଙ୍କ ସ୍ଵରକୁ ତୀବ୍ରତର କରାଯିବ ବୋଲି ସଂଗଠନର ସଭାପତି ତପନ ମିଶ୍ର କହିଥିଲେ। ସବୁ ବ୍ଲକରୁ ପାଖାପାଖି ୬୦ରୁ ଉର୍ଦ୍ଧ୍ବ ସାମ୍ବାଦିକ ମାନେ ଯୋଗଦେଇଥିବା ବେଳେ ସମସ୍ତେ ନିଜ ନିଜର ବକ୍ତବ୍ୟ ଓ ପ୍ରସ୍ତାବ ରଖିଥିଲେ । ମଞ୍ଚ ପରିଚାଳନା ଜ୍ୟୋତି ଶଙ୍କର ରାଏ କରିଥିବା ବେଳେ ସଞ୍ଜୟ ନାଥ ଶର୍ମା ଓ ରଞ୍ଜିତା ପରିଡ଼ା, ସୁନିଲ କୁମାର ନାୟକ ଆଦି ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ସାମଲ ଓ ବିରଞ୍ଚି ପତ୍ରୀ ନିଜ ବକ୍ତବ୍ୟରେ ସଂଘ କିଭଳି ଭାବରେ ଆଗକୁ ଯିବ ସେ ଦିଗରେ ସମସ୍ତେ ଶ୍ରୀଯୁକ୍ତ ମିଶ୍ରଙ୍କ ହାତ ମୁଠାକୁ ଟାଣ କରି ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଦୀପକ ପାଣିଗ୍ରାହୀ ଧନ୍ୟବାଦ ଦେବା ସହ ତପନ ମିଶ୍ର ଜଣେ ଗରିବ ପରିବାରରୁ ଆସି ସମାଜ ସେବାରେ ନିଜକୁ ନିୟୋଜିତ କରି ନିଜର ସେବା ଜାରି ରଖି ଯାଜପୁର ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଯେଉଁ ଅଣ୍ଟା ଭିଡିଛନ୍ତି ସେ କ୍ଷେତ୍ରରେ ସମସ୍ତେ ତାଙ୍କୁ ଭୁୟସି ପ୍ରଶଂସା କରିଥିଲେ । ଅତିଥି ଅଜୟ କୁମାର ପଣ୍ଡା ସାମ୍ବାଦିକ ଭାଇଙ୍କର କୌଣସି ଅସୁବିଧା ହେଲେ ତାଙ୍କୁ ଆର୍ଥିକ ସାହାଯ୍ୟ ଓ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

Exit mobile version