Site icon Awaj Media

ରାବଣା ରେଳ ଧାରଣାରେ ଗୋଡ କଟି ଯୁବକ ଗୁରୁତର ଆହତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାବଣା ରେଳ ଧାରଣାରେ ଗୋଡ କଟି ଯୁବକ ଗୁରୁତର ଆହତ ! ଦାନଗଦି ବ୍ଲକ ଅନ୍ତର୍ଗତ ରାବଣା ରେଳ ଧାରଣାରେ ଟ୍ରେନରେ ଗୋଡ କଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ! ସୂଚନା ମୁତାବକ ବିହାର ଅଞ୍ଚଳର ଜଣେ ଯୁବକ ଟ୍ରେନରେ ଆସୁଥିବା ବେଳେ ରାବଣା ରେଳ ଧାରଣା ନିକଟରେ ଟ୍ରେନରୁ ଖସି ପଡ଼ି ତାଙ୍କର ଦୁଇଟି ଯାକ ଗୋଡ କଟି ଯାଇଥିଲା ! ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଫାୟର କର୍ମଚାରୀ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ! ପ୍ରାଥମିକ ଚିକିତ୍ସା ପରେ ଏବେ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

Exit mobile version