ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ଉଦଘାଟନ ର ଦୁଇ ମାସ ବିତିନି : ଭୁଶୁଡ଼ିଲା ଫାଇଭ ଟି ସ୍କୁଲ ପାଚେରୀ ! ରାଜ୍ୟରେ ଫାଇଭ ଟି ସ୍କୁଲ ନାଁ ରେ ବିଜ୍ଞାପନ ମାଳ ମାଳ , ହେଲେ କାର୍ଯ୍ୟ ହେଉଛି ନିମ୍ନମାନର । ଦେବୀ ମିଶ୍ର ଙ୍କର ବଡମ୍ବା ନିର୍ବାଚନ ମଣ୍ଡଳୀ ବାଙ୍ଗରିସିଙ୍ଗା ହାଇସ୍କୁଲ ଫାଇଭ ଟି ରେ ରୂପାନ୍ତରିକରଣ ହୋଇ 31 ଅଗଷ୍ଟ ରେ ଉଦଘାଟନ ହୋଇଥିଲା । ଦୁଇ ମାସ ହୋଇନି , ଭୁଶୁଡି ପଡ଼ିଲାଣି ସ୍କୁଲ ପାଚେରୀ । ନୂଆ ତିଆରି ହୋଇଥିବା ପାଚେରୀ କୁ ଅତି ନିମ୍ନ ମାନର କରି ଟଙ୍କା ହରିଲୁଟ କରିଛନ୍ତି ଯନ୍ତ୍ରୀ । ଯାହା ଫଳ ରେ ଲଗାଣ ବର୍ଷା ରେ ଏହା ଭୁଶୁଡି ପଡିଛି । 15 ମିଟର ନୂତନ ପାଚେରୀ ଭୁଶୁଡି ପଡିବା ପରେ ଯନ୍ତ୍ରୀ ଙ୍କର ପ୍ରତିକ୍ରିୟା ମିଳି ପାରିନି । ଅନ୍ୟପଟେ ପ୍ରତ୍ୟେକ ଫାଇଭ ଟି ହାଇସ୍କୁଲ କୁ ହାଇଜେନିକ ରୋଷେଇ ଘର ଓ ସାଇକେଲ ଷ୍ଟାଣ୍ଡ ଯୋଗାଇ ଦିଆ ଯାଉଥିବା ବେଳେ ବଡମ୍ବା ବ୍ଲକ ର ବାଙ୍ଗରିସିଙ୍ଗା ଗାଁରେ ଏହା ର ବ୍ୟତୀକ୍ରମ ଦେଖିବାକୁ ମିଳିଛି ।
ଏହି ସ୍କୁଲ ରେ ଟଏଲେଟ ଘରେ ଚାଲୁଚି ରୋଷେଇ କାର୍ଯ୍ୟ । ଚୁଲିରେ କାଠ ଜାଳି ପ୍ରସ୍ତୁତ ହେଉଛି ଖାଦ୍ୟ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲ ରେ ତୀବ୍ର ନିନ୍ଦା କରାଯାଇଛି । ଏନେଇ ସ୍କୁଲ ପ୍ରଧାନଶିକ୍ଷକ ଙ୍କୁ ପଚାରିବାରୁ ସେ କହିଛନ୍ତି ଅତିରିକ୍ତ ରୋଷେଇ ଘର ନଥିବାରୁ ଟଏଲେଟ ରେ ରୋଷେଇ ଚାଲୁଛି । ନୂତନ ରୋଷେଇ ଘର ଫାଇଭ ଟି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇ ପାରୁନି । ଏପଟେ ରୋଷେୟା ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି । ଏହିଭଳି ସ୍ଥାନରେ ରୋଷେଇ ପ୍ରସ୍ତୁତ ହେଉଥିବାରୁ ଅନେକ ଛାତ୍ରଛାତ୍ରୀ ମଧ୍ୟ ଖାଦ୍ୟ ଖାଉ ନାହାନ୍ତି । ଫାଇଭ ଟି କୁ ନେଇ ପ୍ରଚାରରେ ମାତିଥିବା ସରକାର ବାସ୍ତବ ସମସ୍ୟା ପ୍ରତି କେବେ ନଜର ଦେବେ ତାହା ଦେଖିବାକୁ ବାକି ରହିଲା !

