Site icon Awaj Media

ସିଆଇଏସଏଫ ଯବାନ ଙ୍କ ଦ୍ଵାରା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କଳିଙ୍ଗନଗର ଡ଼ୁବୁରୀ ଠାରେ ସୁକିନ୍ଦା ସି ଆଇ ଏସ ଏଫ ଥାର୍ଡ଼ ବାଟାଲିୟନ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ୱାନ କ୍ରମେ ହୋଇଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ରେ ସି ଆଇ ଏସ ଏଫ ର ଡେପୁଟି କମାଣ୍ଡ ମହେଶ କୁମାର ଙ୍କ ନେତୃତ୍ୟରେ 50 ରୁ ଉର୍ଦ୍ଧ ଯବାନ ଙ୍କ ସହାୟତାରେ ଡ଼ୁବୁରୀ ଛକ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ପରିବେଶ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ ରହିବା ଏବଂ ପରିବେଶ କୁ ସ୍ୱଚ୍ଛ ରଖିବା ଆମର ପ୍ରଥମ କର୍ତବ୍ୟ ବୋଲି ସେନା ଅଧିକାରୀ ମହେଶ କୁମାର ଆହ୍ୱାନ ଦେଇଥିଲେ ! ସୁକିନ୍ଦା ବିଡ଼ିଓ, ଡ଼ୁବୁରୀ ସରପଞ୍ଚଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ ସାମିଲ ହୋଇଥିଲେ !

Exit mobile version