Site icon Awaj Media

ସମସ୍ୟା ନେଇ ଗଣମାଧ୍ୟମ ରେ ଖବର ପ୍ରସାରଣ ଯୋଗୁଁ ଚତୁର୍ଭୁଜ ହେଲେ ଆକ୍ରୋଶର ଶୀକାର !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ସମସ୍ୟା ନେଇ ଗଣମାଧ୍ୟମ ରେ ଖବର ପ୍ରସାରଣ ଯୋଗୁଁ ଚତୁର୍ଭୁଜ ହେଲେ ଆକ୍ରୋଶର ଶୀକାର ! ସରକାର ଙ୍କ ଯୋଜନା ଉପରେ ଯୋଜନା , ହେଲେ ହିତାଧିକାରୀ ଙ୍କୁ ମିଳୁନି ସେବା ! ଆମେ କହୁଛୁ କଟକ ଜିଲ୍ଲା ବଡମ୍ବା ବ୍ଲକ ଗୋପପୁର ପଂଚାୟତ ର ମାଝୀ ପାଟଣା ଗାଁ ର ଚତୁର୍ଭୁଜ ଙ୍କ କଥା ! ବଡ ବିଚିତ୍ର ଏ ଘଟଣା , ସମସ୍ୟା ରେ ପୀଡିତ ଲୋକଙ୍କର ସମସ୍ୟା ସମ୍ପର୍କରେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କଲେ ମିଳୁନି ସରକାରୀ ସହାୟତା ! ଆଜିକୁ ପ୍ରାୟ ପାଞ୍ଚ ବର୍ଷ ହେବ ଚତୁର୍ଭୁଜ ବାରିକ ଆବାସଟିଏ ପାଇଁ ପଂଚାୟତ ବ୍ଲକ ବୁଲି ବୁଲି ହତାଶ ହୋଇ ଦୁଃଖରେ କାଳତିପାତ କରୁଛନ୍ତି ! ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଏବଂ ଦୁଇଟି ପିଲା , ଚତୁର୍ଭୁଜ ଜଣେ ଦିବ୍ୟାଙ୍ଗ , ଆଖିକୁ ଭଲରେ ଦେଖା ଯାଉନାହିଁ ! ଘୋର ଅଭାବ ରେ ପରିବାର ଚଳାଉଛନ୍ତି ! କିନ୍ତୁ ବିଡମ୍ବନା ର ବିଷୟ ଆଜି ପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜିବା ପାଇଁ ବାସ ଟିକେ ନାହିଁ ! ନାଁ ଅଛି ପ୍ରଧାନମନ୍ତ୍ରୀ ଙ୍କ ସ୍ୱଚ୍ଛ ଭାରତ ମିଶନ ରେ ପାଇଖାନା ! ଏହି ଘଟଣା କୁ କିଛି ବୈଦୁତିକ ଗଣମାଧ୍ୟମ ଖବର ପ୍ରସାରଣ କରିବା ପରେ ଚତୁର୍ଭୁଜ ହେଲେ ଆକ୍ରୋଶର ଶୀକାର ! କଣ ପାଇଁ ଖବର ପ୍ରସାରଣ କରାଗଲା ସେହି ରାଗରେ ସରପଞ୍ଚ ହୀନ ଦୃଷ୍ଟି ରେ ଦେଖୁଛନ୍ତି ଚତୁର୍ଭୁଜ ଙ୍କ ପରିବାରକୁ ! ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କର ସମସ୍ୟା ସମ୍ପର୍କରେ ଆମ ପ୍ରତିନିଧି ବ୍ଲକ ପ୍ରଶାସନ କୁ ଅବଗତ କରାଇବା ପରେ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି ମିଳିଛି ପ୍ରତିଶୃତି !

Exit mobile version