ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ର ଗଣମାଧ୍ୟମ କ୍ଷେତ୍ରରୁ ବେଳେବେଳେ ଏମିତି ଘଟଣା ସାମନାକୁ ଆସୁଛି , ଯାହାକୁ ନେଇ କିଛି ସମାଲୋଚକ କହିଛନ୍ତି ବାଙ୍କୀ ମିଡ଼ିଆ ର ଅବସ୍ଥା ଏବେ ମାଙ୍କଡ ହାତରେ ଶାଳଗ୍ରାମ ସଦୃଶ ! ଡିଜିଟାଲ ମିଡ଼ିଆ ପୂର୍ବରୁ ବାଙ୍କୀ ଓ ଗଣମାଧ୍ୟମ କଥା ଆଲୋଚନାକୁ ଆସିଲେ , ଯେଉଁ କେତୋଟି ସ୍ୱଳ୍ପ ନାମ ଆଗକୁ ଆସେ ସେମାନେ ପ୍ରାୟତଃ ଅବସର ସମୟସୀମା ଅତିକ୍ରମ କରି ସାରିଲେଣି ! ମଧୁ ବାବୁ ପେନସନ ବୟସ ସୀମାରୁ ପାଞ୍ଚ ସାତ ବର୍ଷ ପଛରେ ଥିବା ଆଉ କେତେକ ସାମ୍ବାଦିକ , ସାମ୍ବାଦିକତା କମ ଚାଟୁକାରୀ ରାଜନୀତି ବେଶୀ କରୁଛନ୍ତି ! ପ୍ରାୟତଃ ଶାସକ ବିଜେଡି ଟେଣ୍ଟ ରେ ସମସ୍ତେ ନେଇଛନ୍ତି ଆଶ୍ରୟ ! କିଏ ନିଜେ ପଦ ପଦବୀରେ ତା ଆଉ କାହା ସମ୍ପର୍କୀୟା ନିର୍ବାଚିତ ପ୍ରତିନିଧି ! ପାଖାପାଖି ଦଶ ବର୍ଷ ସାମ୍ବାଦିକତା କରି ସାରିଥିବା ଆଉ କେତେକ ମିଡ଼ିଆ ବନ୍ଧୁ ବାର୍ତ୍ତାଜୀବୀ ନୂହେଁ ଚାନ୍ଦାଜୀବୀ ସାଜିଛନ୍ତି ! ଯାହା ଖବର ପାଇଲେ , ଆଗ ବୁଝିବେ ବାଟ କେତେ , କାମ କଣ ଆଉ ମାଲ କେତେ ମିଳିବ ! ସବୁ ଫାଇନାଲ ହେଲେ ହଳ ହଳ ହୋଇ ଯାଇ ଜାଗା ମୁଣ୍ଡରେ ହାଜର ! ଏବେ ସବୁଠାରୁ ଚାଞ୍ଚଲ୍ୟକର ଘଟଣା ଯାହା ଦେଖିବାକୁ ମିଳିଛି , ତାହା ହେଲା ସାଟେଲାଇଟ ମିଡ଼ିଆ ରେ କାମ କରୁଥିବା କିଛି ସାମ୍ବାଦିକ ବନ୍ଧୁ , ନିଜେ ସାମନାକୁ ନଆସି , ଡିଜିଟାଲ ମିଡ଼ିଆ କାନ୍ଧରେ ବନ୍ଧୁକ ରଖି ଶୀକାର କରୁଛନ୍ତି ! ତେବେ ବିଭିନ୍ନ ଡିଜିଟାଲ ମିଡ଼ିଆ ରେ କାର୍ଯ୍ୟରତ ପ୍ରତିନିଧିଙ୍କର ସରଳତାର ସୁଯୋଗ ନେଇ ଏପରି ବାରମ୍ବାର ଘଟୁଥିବାର ଦେଖାଯିବା ପରେ , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ଘଟଣାକୁ ଗୁରୁତ୍ୱ ର ସହ ଗ୍ରହଣ କରିଛି ! ବାଙ୍କୀ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଏକ ଘଟଣାକୁ ନେଇ ଲାଞ୍ଚ ନେଇଥିବା ବିଜେଡି ନେତାଙ୍କୁ ସ୍ୱଚ୍ଛ ବୋଲି ବାର୍ତ୍ତା ଦେଇ ଖବର ପ୍ରସାରଣକୁ ନେଇ ସାମନାକୁ ଆସିଛି ଘଟଣା !
ଏକ ଆବାସ ଯୋଜନା ବିଲ ମିଳିବାରେ ବିଳମ୍ବ ଘଟଣାକୁ ନେଇ , ନିଜେ ହିତାଧିକାରୀ ପ୍ରଥମେ ଗଣମାଧ୍ୟମ ଆଗରେ କାମ ପାଇଁ ଟଙ୍କା ଲାଞ୍ଚ ନେଇଥିବା ଗ୍ରାମର ଜଣେ କୁଜି ନେତା ନାଁ କହିବା ସହିତ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ! ଖବର ପ୍ରସାରଣ ପରେ , ପାଖ ଗ୍ରାମର ଜଣେ ପୁରୁଖା ସାମ୍ବାଦିକ କାଉଣ୍ଟର ଖବର ପାଇଁ ଡିଲ ଫାଇନାଲ କରି , ନିଜେ ସେଠାକୁ ନଯାଇ ଅନ୍ୟ ଜଣଙ୍କ ଦ୍ୱାରା ସେହି ହିତାଧିକାରୀଙ୍କ ବୟାନ ରେକର୍ଡ କରି ସାମାଜିକ ଗଣମାଧ୍ୟମରେ ଛାଡିଥିଲେ ! ଯେଉଁଥିରେ ସେହି ସମାନ ମହିଳା , ଟଙ୍କା ନେଇଥିବା ଲୋକକୁ ବହୁତ ଭଲ ଓ ପରୋପକାରୀ ବୋଲି କହୁଥିବା ଦେଖିବାକୁ ମିଳିଥିଲା ! ପରସ୍ପର ସହ ମିଶୁ ନଥିବା ଉଭୟ ବୟାନ ସାମନାକୁ ଆସିବା ପରେ ଆମ ବାଙ୍କୀ ପ୍ରତିନିଧି ଘଟଣାକୁ ବୁଝି ଖବର ପ୍ରସାରଣ ପାଇଁ ତଥ୍ୟ ଦେଇଥିଲେ ! ଆୱାଜ ମିଡ଼ିଆ ରେ ଖବର ପ୍ରସାରଣ ହେବା ପରେ ପୁଣି ଧରିଲା ଚର୍ଚ୍ଚା ! ତେବେ ତାହା ପରେ ଯାହା ଘଟିଲା , ତାର ସତ୍ୟତା କୁ ଲୋକ ବୁଝିଥିଲେ ସୁଦ୍ଧା , ଘଟଣାରେ ସମ୍ପୃକ୍ତ ସାମ୍ବାଦିକ ମାନଙ୍କୁ କଣ ଯେ କୁହାଯିବ ବୁଝା ପଡୁନାହିଁ ! କାରଣ , ଏ ଖବର ମଧ୍ୟ ଡିଜିଟାଲ ମିଡ଼ିଆ ରେ ଆସିଥିଲା , ଯେଉଁଥିରେ ସେହି ସମାନ ମହିଳା ଙ୍କ ବୟାନ ସହିତ ଆଉ ଜଣେ ଚାଟୁକାର ଙ୍କ ବୟାନ ମଧ୍ୟ ଦେଖିବାକୁ ମିଳିଥିଲା ! ଖବର ପ୍ରସାରଣ ଯେମିତି ଅଧିକାର , ପ୍ରତିବାଦ ମଧ୍ୟ ସେହିପରି ଗ୍ରହଣୀୟ ! ହେଲେ ଯାହା ମୁଖ୍ୟ କଥା , ତାହା ହେଲା ପ୍ରତିବାଦ ପ୍ରସାରଣ ପାଇଁ ମାଲ ହାତେଇଥିବା ସାଟେଲାଇଟ ସାମ୍ବାଦିକ ବନ୍ଧୁ କାହିଁକି ନିଜ ଚ୍ୟାନେଲ ରେ ଖବର କରି ପାରିଲେ ନାହିଁ ! ଶେଷକୁ ସେହି ଡିଜିଟାଲ ମିଡ଼ିଆ ର ସାହାରା ହିଁ ନେଲେ ! ତେବେ ଏ ଘଟଣା କୁ ନେଇ ଆଗକୁ ବଡ ଖୁଲାସା କରିବୁ ଆମେ !