Site icon Awaj Media

ବେଗୁନିଆ – ବୋଲଗଡ ରାଜନୀତିରେ ନୂଆ ଚର୍ଚ୍ଚା : କୋଉ ଦଳରୁ କିଏ ହାତେଇବ ଟିକେଟ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେ ସବୁ ଦଳର ସ୍ଥିତି ଅସ୍ପଷ୍ଟ ! କିଏ କୋଉ ଦଳରୁ ଟିକେଟ ପାଇବ ତାହାକୁ ନେଇ ଜୋର ଧରିଛି ଚର୍ଚ୍ଚା ! ଦଳ ବଦଳ , ପ୍ରାର୍ଥୀ ବଦଳ ଓ ଚିହ୍ନ ବଦଳକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଗୁନିଆ ନିର୍ବାଚନ ମଣ୍ଡଳୀରେ ଏବେ ସ୍ଥିତି ପୁରା ଅସ୍ପଷ୍ଟ ! ତିନି ପ୍ରମୂଖ ରାଜନୈତିକ ଦଳରୁ କିଏ ଟିକେଟ ପାଇ ଲଢ଼ିବେ ତାହା କହିବା ମୁସ୍କିଲ ! 2014 ରେ ବିଜେଡି ଟିକେଟ ପାଇ ଜିତିଥିବା ପ୍ରଶାନ୍ତ ଜଗଦେବ 2019 ରେ ଏଠାରୁ ଟିକେଟ ନପାଇ ଚିଲିକାରେ ଟିକେଟ ପାଇଥିଲେ ! ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁଙ୍କୁ ଆଣି ଦଳ କରିଥିଲା ପ୍ରାର୍ଥୀ ! ତେବେ ଏ ଭିତରେ ବଦଳି ଯାଇଛି ପରିସ୍ଥିତି , ପ୍ରଶାନ୍ତ ଜଗଦେବ ଡାଲାରୀ ନିଲମ୍ବିତ ହୋଇଥିବା ସମୟରେ , 2024 ପାଇଁ ତାଙ୍କ ନଜରରେ ରହିଛି ବେଗୁନିଆ ! ରାଜେନ୍ଦ୍ର ସାହୁ ମଧ୍ୟ ବେଗୁନିଆ ଅପେକ୍ଷା ଖୋର୍ଦ୍ଧା କୁ ଅଧିକ ଗୁରୁତ୍ୱ ଦେଉଛନ୍ତି ! 2024 ରେ କିଏ ବେଗୁନିଆରୁ ବିଜେଡି ପ୍ରାର୍ଥୀ ହେବ ତାହା କେହି ଅନୁମାନ କରି ପାରୁନାହାନ୍ତି ! ତେବେ ତାଠାରୁ ଅଧିକ ରୋଚକ ସ୍ଥିତିରେ ରହିଛି କଂଗ୍ରେସ ! ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ବିଜୟ ପରେ ଏକଦା ବେଗୁନିଆ ପାଲଟିଥିଲା କଂଗ୍ରେସ ର ଦୁର୍ଗ ! ତେବେ ପରବର୍ତ୍ତୀ ସମୟରେ ଦୁର୍ବଳ ନେତୃତ୍ୱ ପାଇଁ କଂଗ୍ରେସ ହରାଇଲା ନିଜ ସ୍ଥିତି ! ଆଉ ଜଣେ କଂଗ୍ରେସ ନେତା ପ୍ରଦୀପ ସାହୁ ଏବେ ବିଜେଡିରେ ! ଜାନକୀ ବାବୁ ଏବଂ ପରେ ସୌମ୍ୟ ବାବୁ ଙ୍କ ଏକାନ୍ତ ଅନୁଗତ ପ୍ରଦୀପ ସାହୁ ହାତ ରୁ ମାଠିଆ , ପୁଣି ମାଠିଆ ରୁ ହାତ , ଆଉ ଏବେ ହାତ ରୁ ଶଙ୍ଖ କୁ ଯାଇ ଭୋଟର ଙ୍କ ଆସ୍ଥା ହରାଇ ସାରିଛନ୍ତି ! ସଦ୍ୟ ସୌମ୍ୟ ବାବୁ ବିଜେଡି ରୁ ବହିସ୍କୃତ ହେବା ପରେ ପ୍ରଦୀପ ସାହୁ ଙ୍କ ରାଜନୈତିକ ଭବିଷ୍ୟତ ଦୋ ଛକିରେ ! ବାକି ରହିଲା ବିଜେପି , ରାଜ୍ୟରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଏଠି ଧୂଳି ଚାଟିଥିଲା ! ବିଜେପି ର ଦୁର୍ଗତି ପାଇଁ ଯେଉଁ ନେତା ଦାୟୀ ସିଏ ଏବେ ବିଜେଡି ର ସଭ୍ୟ ! ଆଉ ଗତଥର ତାଙ୍କ ପୁଅ କୁ ମିଳିଥିଲା ବିଜେପି ଟିକେଟ ! ତେବେ ମିଳିଥିବା ସୂଚନା ଅନୁସାରେ ଏପରି ଗୋଳିଆ ସ୍ଥିତି ଦେଖି ବେଗୁନିଆ କୁ ନିଜ ପାଇଁ ସେଫ କରିଡର ବାଛିଛନ୍ତି ସାଂସଦ ଅପରାଜିତା ! ଦେଖାଯାଉ କୋଉ ପାଣି କୁଆଡେ ଯାଉଛି !

Exit mobile version