Site icon Awaj Media

ଏସ୍ କେ.ସି.ଜି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ମେଗା ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ବୟଂ ଶାସିତ ମହାବିଦ୍ୟାଳୟ ଆଗାମୀ ସମୟରେ ୧୨୫ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବା ବେଳେ ଆଜି ମହାବିଦ୍ୟାଳୟ ର ରେଡ଼କ୍ରସ ଶାଖା ପକ୍ଷରୁ ମେଗା ରକ୍ତଦାନ ଶିବିର ରେ ୧୨୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ୧୨୫ ତମ ସ୍ବନକ୍ଷତ୍ର ଦିବସ ମହାବିଦ୍ୟାଳୟ ପାଳନ କରିବାକୁ ଯାଉଥିବାରୁ ଛାତ୍ର ଛାତ୍ରୀ ଙ୍କ ଠାରେ ବହୁ ଉତ୍ସାହ ଦେଖିବାକୁ ମିଳିଛି । ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ସଂଯୋଜକ ପ୍ରଫେସର ସୁକାନ୍ତ କୁମାର ବେହେରା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ଭାରପ୍ରାପ୍ତ ଅଧିକାରୀ ଡ ଏନ୍ ରବିବାବୁ ଏବଂ ତାଙ୍କ ସହଯୋଗୀ ଶ୍ରୀ ଖଗେଶ୍ବର ବେହେରା, ପ୍ରତି କୁମାରି ପାଢ଼ୀ, ଏ କୁସୁମ, ବି଼ ବାବୁଲା ପ୍ରମୁଖ ଯୋଗଦେଇ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ସେହିପରି ଯୁବ ରେଡକ୍ରସ୍ ର ସମସ୍ତ ସ୍ବେଛାସେବୀ , ପରାମର୍ଶଦାତା ପ୍ର.ସ୍ନେହପ୍ରଭା ପଣ୍ଡା, ପ୍ର. ପରମାନନ୍ଦ ଜେନା, ଅଧ୍ୟାପକ ରାମହରି କାର୍ଯୀ ଏବଂ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଛାତ୍ର ଛାତ୍ରୀ ମାନେ ଉତ୍ସାହର ସହ ରକ୍ତଦାନ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ। ଶେଷରେ ରକ୍ତଦାତା ମାନଙ୍କୁ ସ୍ଥାନିୟ HDFC ବ୍ୟାଙ୍କ୍ ପକ୍ଷରୁ ଶ୍ରୀ ପ୍ରଭାସ କୁମାର ପାଢୀ ଉପସ୍ଥିତ ରହି ଉପହାର ବଣ୍ଟନ କରିଥିଲେ ।

Exit mobile version