Site icon Awaj Media

ଅସହାୟର ସାହା ହୋଇ ସ୍ୱର୍ଗଦ୍ୱାର ନେଇ ଶବଦାହ କଲେ ପୁରୀ ଟାଉନ ଥାନା ଅଧିକାରୀ ସୁନିଲ କୁମାର ପ୍ରଧାନ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମାନବ ସେବା ହିଁ ମାଧବ ସେବା , ଏହାକୁ ଲକ୍ଷ କରି ପ୍ରତେକ କ୍ଷେତ୍ରରେ ଆଗେଇ ଆସିଥାନ୍ତି ଦକ୍ଷ ସଚ୍ଚୋଟ ପୋଲିସ ଅଧିକାରୀ ସୁନିଲ କୁମାର ପ୍ରଧାନ ! ଅନ୍ୟ ପୋଲିସ ଅଧିକାରୀ ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ଅସହାୟର ସାହା ହୋଇ ସ୍ୱର୍ଗଦ୍ୱାର ନେଇ ଶବଦାହ କଲେ ପୁରୀ ଟାଉନ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ! ପୁଣିଥରେ ମାନବିକତା ଦେଖେଇଛନ୍ତି ପୁରୀ ଟାଉନ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ । ଜଣେ ଅସହାୟ ବ୍ୟକ୍ତିଙ୍କ ସାହା ହୋଇ ନିଜେ ସେ ବ୍ୟକ୍ତିଙ୍କ ଶବକୁ ସ୍ୱର୍ଗଦ୍ୱାର ନେଇ ନିଜେ ଉପସ୍ଥିତ ରହି ଥାନା ଅଧିକାରୀ ସୁନିଲ ପ୍ରଧାନ ଶବ ସତ୍କାର କରିଛନ୍ତି । ଖବର ମୁତାବକ ପୁରୀ ଟାଉନ ଥାନା ଅଧୀନସ୍ଥ ବାଲିସାହିର ଗୋପାଳ ବେଗ କୌଣସି କାରଣ ଯୋଗୁ ନିଜ ପରିବାର ଠାରୁ ରୁ ଅଲଗା ହୋଇ ଅସହାୟ ହୋଇ ପଡିଥିଲେ । ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ କିଛିଦିନ ହେବ ପୁରୀ ଶ୍ରୀ ମନ୍ଦିର ଉତ୍ତର ଦ୍ୱାରରେ ଏକ ଛୋଟ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଗୋପାଳ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ସେ ସ୍ଥାନୀୟ କିଛି ଲୋକଙ୍କ ସହଯୋଗ କ୍ରମେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିଲେ ! କିନ୍ତୁ ଆଜି ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ଘଟିଥିଲା । ଏ ସମ୍ପର୍କରେ ମେଡିକାଲ କତୃପକ୍ଷ ଗୋପାଳଙ୍କ ପରିବାର କୁ ଖବର ଦେଇଥିଲେ । କିନ୍ତୁ ଗୋପାଳଙ୍କ ପରିବାର ଲୋକେ ଗୋପାଳଙ୍କ ଶବ ସତ୍କାର ପାଇଁ ନାହିଁ କରି ଦେଇଥିଲେ । ସଙ୍ଗେ ସଙ୍ଗେ ପୁରୀ ଟାଉନ ଥାନା ଅଧିକାରୀ ସୁନିଲ ପ୍ରଧାନ ଖବର ପାଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଗୋପାଳଙ୍କ ଶବ ଦାହ କରିବାପାଇଁ ଆଗେଇ ଆସିଥିଲେ । ପରିଶେଷରେ ଥାନାଧିକାରୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନ୍ୟ ତିନିଜଣ ଭଦ୍ର ବ୍ୟକ୍ତି ଗୋପାଳଙ୍କ ଶବକୁ ପୁରୀ ସ୍ୱର୍ଗଦ୍ୱାର କୁ ନେଇ ନିଜେ ଉପସ୍ଥିତ ରହି ଶବ ସତ୍କାର କରାଇଥିଲେ । ଟାଉନ ଥାନା ଅଧିକାରୀଙ୍କ ଉକ୍ତ କାର୍ଯ୍ୟକୁ ପୁରୀ ଅଞ୍ଚଳ ବାସି ଉଚ୍ଚ ପ୍ରଶଂସା କରିଛନ୍ତି।

Exit mobile version