ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆବୁଧାବିରେ ଓଡ଼ିଆ ଶ୍ରମିକ ମୃତ୍ୟୁ । ମର ଶରୀରକୁ ଜନ୍ମ ମାଟିକୁ ଆଣିବା ପାଇଁ ପରିବାର ର ଆକୁଳ ନିବେଦନ ! ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସିଙ୍ଗେଶ୍ୱର ଗ୍ରାମ ପଞ୍ଚାୟତର ପାଟସାଣିପୁର ଲକ୍ଷ୍ମୀଧର ସାହୁ ନିଜର ପରିବାର ପ୍ରତିପୋଶଣ ପାଇଁ ନିଜ ଜନ୍ମ ମାଟି କୁ ଭୁଲି ସୁଦୂର ଆବୁଧାବି ରେ ଗତ ପାଞ୍ଚ ବର୍ଷ ହେଲା ଶ୍ରମିକ ଭାବେ କାମ କରୁଥିଲେ । ହେଲେ ଦଇବ ତାଙ୍କୁ ସାଥ ଦେଲାନି , ଅଧା ବୟସରେ ଚାଲିଗଲା ତାଙ୍କ ଜୀବନ । ଗତକିଛି ଦିନ ତଳେ ଫୋନ୍ ମାଧ୍ୟମରେ ନିଜ ପରିବାର ସହିତ କଥା ହୋଇଥିଲେ । ଓ ତାର କିଛି ସମୟ ପରେ ଆବୁଧାବି ର କମ୍ପାନୀ ପକ୍ଷରୁ ତାଙ୍କ ପରିବାର କୁ ଫୋନ୍ ଆସିଲା ଯେ , ଲକ୍ଷ୍ମୀଧର ସାହୁ ଆଉ ଏ ଦୁନିଆରେ ଆଉ ନାହାନ୍ତି ! ହୃଦଘାତରେ ତାଙ୍କର ମୃତ୍ୟ ହୋଇଛି । ଏହି ଦୁଃଖତ ଖବର ଶୁଣିବା ପରେ ପରିବାର ମୁଣ୍ଡରେ ପଡ଼ିଗଲା ଚଡକ , କାନ୍ଦ ବୋବାଳି ରେ ଫାଟି ପଡ଼ିଲା ଲକ୍ଷ୍ମୀଧର ଙ୍କ ପରିବାର । ଲକ୍ଷ୍ମୀଧରଙ୍କ ପରିବାର ଅତି ଗରିବ ହୋଇଥିବାରୁ ସୁଦୂର ଆବୁଧାବି ରୁ ନିଜ ଜନ୍ମ ମାଟି କୁ ତାଙ୍କ ମର ଶରୀରକୁ ଆଣିବା ପାଇଁ ଗଣମାଧ୍ୟମରେ ଆଗରେ ସ୍ଥାନୀୟ ପ୍ରଶାସନ, ଜନ ପ୍ରତିନିଧି, ଖୋର୍ଦ୍ଧା ଜିଲ୍ଲାପାଳ ,ରାଜ୍ୟ ସରକାର, ଶ୍ରମଵିଭାଗ ଓ କେନ୍ଦ୍ର ମନ୍ତ୍ରଣାଳୟ ଙ୍କୁ ନେହୁରା ହୋଇଛନ୍ତି ।