Site icon Awaj Media

ଗୁଳା ପକାଇ ସରକାରୀ ଅଫିସ ଘେରାଉ କରିବେ ବାଙ୍କୀ କଂଗ୍ରେସ କର୍ମୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବାଙ୍କୀ କଂଗ୍ରେସ ଆରମ୍ଭ କରିଛି ପ୍ରସ୍ତୁତି ! ଦଳୀୟ ସଭା ସମିତି ପରିବର୍ତ୍ତେ , ଆନ୍ଦୋଳନ ଧାରଣା ବିକ୍ଷୋଭ କାର୍ଯ୍ୟକ୍ରମ ଦ୍ୱାରା ସଙ୍ଗଠନକୁ ଏକାଠି କରିବାକୁ ଗେମ ପ୍ଲାନ କରିଛନ୍ତି କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ! ବାଙ୍କୀ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ପ୍ରସ୍ତୁତି ବୈଠକରେ ପ୍ରାୟତଃ ସମସ୍ତ ପଞ୍ଚାୟତର ପ୍ରତିନିଧି ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ ! ସପ୍ତାହକୁ ଗୋଟିଏ ଦିନ ବାଙ୍କୀ ରେ ସମସ୍ତ କଂଗ୍ରେସ କର୍ମୀ ଏକାଠି ବସି , ଗୁଳା ପକାଇ ସରକାରୀ ଅଫିସ ଘେରାଉ କରିବେ ବୋଲି ମିଳିଛି ସୂଚନା ! ତେବେ କଂଗ୍ରେସ ର ଏପରି କାର୍ଯ୍ୟପନ୍ଥାକୁ ନେଇ କିଛି ଶାସକ ଦଳର ନେତା କହିଛନ୍ତି , ନିର୍ବାଚନ ପାଖେଇ ଆସୁଥିବାରୁ ବାଙ୍କୀ କଂଗ୍ରେସ ନେତା ଏବେ ରାଜଧାନୀ ରୁ ବାଙ୍କୀ ମୁଁହା ହୋଇଛନ୍ତି ! ତେବେ ବାଙ୍କୀ କଂଗ୍ରେସ ର ଯାହା ପ୍ଲାନ ରହିଛି , ଦଶହରା ବଜାର ପୁରା ଗରମ ରହିବ !

Exit mobile version