ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : କଳିଙ୍ଗନଗର ଥାନା ଅନ୍ତର୍ଗତ ଶଗଡଗୋଳା ଛକ ନିକଟ ମୁଖ୍ୟ ରାସ୍ତାରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା ହେବା ଫଳରେ ଜଣେ ଚାଳକ ଗୁରୁତର ଆହତ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା । ସୂଚନା ମୁତାବକ ଶଗଡଗୋଳା ଛକ ନିକଟ ମୁଖ୍ୟ ରାସ୍ତାରେ ଆଜି ଏକ ୧୨ ଚକିଆ ଟ୍ରକ ପଛରେ ୧୦ ଚକିଆ ଟ୍ରକ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା । ଏହି ଦୁଇ ଟ୍ରକ୍ ଦୁର୍ଘଟଣାରେ ୧୦ ଚକିଆ ଡ୍ରାଇଭର ଗୁରୁତର ଆହତ ହୋଇଥିଲା । ଟ୍ରକ ଚାଳକ ଜଣକ ଗୁରୁତର ଅବସ୍ଥାରେ ଗାଡି ଭିତରେ ଚାପି ହୋଇ ରହିଥିଲେ । କଳିଙ୍ଗନଗର ପୋଲିସ ଓ ସ୍ଥାନୀୟ ଲୋକ ମାନଙ୍କ ମିଳିତ ଉଦ୍ୟମରେ ଏକ ଜେସିବି ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଚାଳକଙ୍କୁ ଉଦ୍ଧାର କରି ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଥିଲା । ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଦୁର୍ଘଟଣାଗ୍ରସ୍ତ ଗାଡ଼ି ଚଳକଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଚାଳକ କେନ୍ଦ୍ରାପଡ଼ା ଅଞ୍ଚଳ ର ମନୋରଞ୍ଜନ ବସନ୍ତିଆ ଅଟନ୍ତି !
ଶଗଡଗୋଳା ମୁଖ୍ୟ ରାସ୍ତାରେ ଦୁଇ ଟ୍ରକ ମଧ୍ୟରେ ଦୁର୍ଘଟଣା : ଚାଳକ ମୃତ !!!

