Site icon Awaj Media

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ପାରଳାଖେମୁଣ୍ଡି ଶାଖା ର ଜରୁରୀ ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ, ପାରଳାଖେମୁଣ୍ଡି ଶାଖା ର ଜରୁରୀ ବୈଠକ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ସଂଘର ସଭାପତି ଅଶ୍ୱିନୀ ପାଢ଼ୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଘର ଆଭିମୁଖ୍ୟ ଏବଂ ଜିଲ୍ଲl ର କେତୋଟ ସଫଳ ପଦକ୍ଷେପ ସମ୍ପର୍କରେ କହିବା ପରେ, ସମ୍ପାଦକ ସୁରେଶ ବେହେରା ଚଳିତ ମାସରେ ୧୧ ଅକ୍ଟୋବର ରେ ଭୁବନେଶ୍ଵର ଅନୁଷ୍ଠିତ ହେବାକୁ ଥିବା ପେନ୍ସେନର ମହା ସମାବେଶ ପାଇଁ ଜିଲ୍ଲାରୁ ୩୦ରୁ ଅଧିକ ସେବାନିବୃତ୍ତ ପେନସନର ଯୋଗଦେବା ତାଲିକା ପ୍ରସ୍ତୁତ କରାଯାଇଥିଲା । ସେଠାରେ ୯ ଦଫା ଦାବି ନେଇ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ । ରାଜ୍ୟ ମହାସଂଘ ର ଦାବି ଗୁଡିକ ଯଥାର୍ଥତା କୁ ଲକ୍ଷ୍ୟ ରଖି ଏହି ସମାବେଶର ପ୍ରସ୍ତୁତି ବୈଠକରେ ବହୁ ସଂଖ୍ୟାରେ ପେନସନ ଭୋଗୀ ଯୋଗ ଦେଇଥିଲେ । ଶେଷରେ ସଂଘର ଉପ ସଭାପତି ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version