ଡୁବୁରି ମୁଖ୍ୟ ରାସ୍ତାରେ ଆନ୍ଦୋଳନକାରୀ ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ମୁଖ୍ୟ ରାସ୍ତାରେ ଏକ ଟ୍ରକ ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର ଆହତ ହେବା ଘଟଣା କୁ ନେଇ ଦେଖା ଦେଇଥିଲା ଉତ୍ତେଜନା ! ଆହତ ବାଇକ ଆରୋହୀ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତରିତ ହୋଇଥିଲେ । ଏନେଇ ସ୍ଥାନୀୟ ଗ୍ରାମବାସୀ ଡୁବୁରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବା ବେଳେ ଡୁବୁରି ମୁଖ୍ୟ ରାସ୍ତାରେ ଗାଡି ଯାତାୟତ ଠପ୍ ହୋଇଯାଇଥିଲା । କଳିଙ୍ଗନଗର ପୋଲିସ ସୂଚନା ପାଇବା ପରେ କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭରିୟସ ଟୋପ , ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଉତ୍ତେଜିତ ଲୋକ ମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ ! ପରେ ରାସ୍ତାରେ ଅବରୋଧ କରିଥିବା ଲୋକ ମାନଙ୍କୁ ପୋଲିସ ବାଧ୍ୟ ହୋଇ ଜୋର୍ ଜବରଦସ୍ତ ଉଠାଇଥିବା ଦେଖିବାକୁ ମିଳିଥିଲା । ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କିଛି ସମୟ ତିକ୍ତତା ପରେ ଡୁଵୁରି ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିବା ଦେଖିବାକୁ ମିଳିଛି । ଉତ୍ତେଜନା କୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *