Site icon Awaj Media

ମହିଳା ଟି 20 ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ମହିଳା ଦଳ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ବିସିସିଆଇ ମହିଳା ଟି 20 ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ମହିଳା ଦଳ । ଆଜି 16 ଜଣିଆ ସଦସ୍ୟ ବିଶିଷ୍ଟ ଦଳ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ । ମାଧୁରୀ ମେହେଟା ଙ୍କୁ ଅଧିନାୟକ ଭାର ମିଳିଥିବା ବେଳେ ସୁଶ୍ରୀ ଦିବ୍ୟ ଦର୍ଶିନୀ ଉପ ଅଧିନାୟକ ଭାର ସମ୍ଭାଳିବେ। ତେବେ ଯଦି ଟିମ ଲାଇନ ଅପ ଦେଖିବା ତେବେ ତନ୍ମୟୀ ବେହେରା , ଅଞ୍ଜଳି ସିଂ , ପ୍ରଜ୍ଞା ପରମିତା ମହାନ୍ତି ( ୱଇକେଟ କିପର ) ସଙ୍ଗୀତା ଖଡିଆ , ରାନୀ ଟୁଡୁ ( ୱଇକେଟ କିପର ) । ଏହାସହ ଶୁଭ୍ରା ସ୍ୱାଇଁ , ପ୍ରିୟଙ୍କା ସାହୁ ,ଶିଳ୍ପା ସ୍ୱାଇଁ , କାଜଲ ଜେନା ,ରିମା ଲକ୍ଷ୍ମୀ ଇକା ,ରାମେସ୍ବେରି ନାୟକ , ସୁଜାତା ମଲ୍ଲିକ ,ତରଣା ପ୍ରଧାନ ଓ ବର୍ଷା ରାଣୀ ସିଂ ଦଳରେ ରହିଛନ୍ତି । ତେବେ ଏହି ଟିମ ଚୟନ ପୂର୍ବରୁ ଓଡିଶା ରାଇପୁର ଓ ଘରୋଇ ମାଟି ରେ ତାର ଅଭ୍ୟାସ ଓ ପ୍ରସ୍ତୁତି ମ୍ୟାଚ ଖେଳିଥିଲା । ସେଥି ମଧ୍ୟରୁ 21 ଜଣଙ୍କୁ ଚୟନ କରିବା ପରେ ଆଜି ଦଳ ତାର ପୂର୍ଣ୍ଣାଙ୍ଗ ଦଳ ବିସିସିଆଇ ମହିଳା ଟି20 ଟ୍ରଫି ପାଇଁ ଘୋଷଣା କରିଛି । ଓଡ଼ିଶାର ସମସ୍ତ ମ୍ୟାଚ ରାଇପୁର ରେ ଖେଳାଯିବ । ପ୍ରଥମ ମ୍ୟାଚ ରେ ଓଡିଶା ମଧ୍ୟପ୍ରଦେଶ କୁ ଭେଟିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ ରେ ହାଇଦ୍ରାବାଦ କୁ ଭେଟିବ। ସେହିପରି ପରେ ପରେ ଅରୁଣାଚଳ ପ୍ରଦେଶ , ନାଗାଲାଣ୍ଡ , ଆନ୍ଧ୍ରପ୍ରଦେଶ ଓ ଜାମୁ କାଶ୍ମୀରକୁ ଭେଟିବ ଓଡିଶା ମହିଳା ଦଳ । ଏହି ସିଜିନରେ ଓଡିଶା ନିଶ୍ଚୟ ଭଲ କରିବ ବୋଲି ଆଶା ରଖିଛି ଓଡିଶା କ୍ରିକେଟ ସଙ୍ଘ ।

Exit mobile version