Site icon Awaj Media

ସମସ୍ୟା ଘେରରେ ଗୋଶାଣୀ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ଟି ସମସ୍ୟା ଘରରେ ରହିଥିବା ଦେଖିବା କୁ ମିଳିଛି ! ଏହି ବ୍ଲକ ରେ ବିଭିନ୍ନ ପଦବୀ ଖାଲି ପଡ଼ିଛି । ଯାହା ଫଳରେ ବିକାଶ ରେ ବାଧା ସୃଷ୍ଟି ହେଉଥିବାର ଅଭିଯୋଗ ହେଉଛି । ଜିପିଓ ପଦବୀ ଖାଲି ପଡିଛି , ଏହାର ଦାୟିତ୍ୱ ଅନ୍ୟ କର୍ମଚାରୀ ତଥା ପିଇଓ ନେଇଛନ୍ତି ! ସେହି ଭଳି ଏବିଡିଓ ପଦବୀ ଖାଲି ପଡ଼ିଛି । ଏହି ବ୍ଲକ ରେ ମଧ୍ୟ ପିଇଓ ପଦଵୀ ଖାଲି ପଡ଼ିଛି । ଯାହା ଫଳରେ ଜଣେ ଜଣେ ପିଇଓ ଦୁଇ ଦୁଇଟି ପଂଚାୟତ ର ଦ୍ୱତୀତ୍ୱ ତୁଲାଉଛନ୍ତି । କିଛି କର୍ମଚାରୀ ଙ୍କ ଦୀର୍ଘ ଦିନ ହେଲା ବଦଳି ହେଉନାହିଁ , ଦୀର୍ଘ 5 ବର୍ଷ ରୁ ଉର୍ଦ୍ଧ୍ବ ହେଲା । କିଛି କର୍ମଚାରୀ ହେଡ କ୍ୱାର୍ଟର ରେ ରେ ରହିବା କଥା , ସହରରେ ରହୁଛନ୍ତି । ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଅନିୟମିତତା ହଉଥିବା ଅଭିଯୋଗ ହଉଛି । M N R G A ରେ ଅନିୟମିତତା ହେଉଥିବା ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଅଭିଯୋଗ କରିବା ସକାଶେ ଅନେକ ବ୍ୟକ୍ତି ଆସିଥିବା ଦେଖିବାକୁ ମିଳିଛି ।

Exit mobile version