Site icon Awaj Media

ବିଦ୍ୟାଳୟ ପରୀକ୍ଷାରେ ସଫଳତାର ସୂତ୍ର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋମଳମତି ଶିଶୁମାନେ ପରୀକ୍ଷା ସମୟ ଆସିଲେ ଅଧିକ ପଢାପଢି ପାଇଁ ଶିକ୍ଷକ ତଥା ଅଭିଭାବକଙ୍କ ଦ୍ଵାରା ମାନସିକ ସ୍ତରରେ ପ୍ରଭାବିତ ହୋଇଥାନ୍ତି l ଏହି ସମୟରେ ଶିଶୁମାନେ କିଭଳି ପଢାପଢି କରିବା ଆବଶ୍ୟକ ତାହାକୁ ସ୍ଵାମୀ ମୁକୁନ୍ଦାନନ୍ଦଜୀ ଙ୍କ ବାର୍ତ୍ତାକୁ ନେଇ ବାଳମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ କେନ୍ଦ୍ରର ବିବିଧ କ୍ଷେତ୍ରକୁ ଭ୍ରାମ୍ୟମାଣ କରି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ସମୟରେ ସଫଳତା ହାସଲ ନିମନ୍ତେ କେତେକ ପଦକ୍ଷେପ ଗୁଡ଼ିକୁ ବୁଝାଇଥିଲେ । ପ୍ରାଥମିକ ସଂସ୍କାର କେନ୍ଦ୍ର, କୁମ୍ଭାର ସାହି ଓ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରାବାସ ଏବଂ ସ୍ଥାନୀୟ ସଂସ୍କାର କେନ୍ଦ୍ର, ଚିତ୍ରକର ସାହି ଓ ଅର୍ବାନ ହଷ୍ଟେଲର ଛାତ୍ରାବାସକୁ ଭ୍ରାମ୍ୟମାଣ କରି ‘ବାଲ୍ ସଂସ୍କାର’ କାର୍ଯ୍ୟକ୍ରମ କରାଯାଇଛି । ପ୍ରାୟ ବିଦ୍ୟାର୍ଥୀ ମାନେ ପରୀକ୍ଷା ବାହାନା କିମ୍ବା ମାନସିକ ଚାପରେ କୌଣସି ପ୍ରକାର ଦୈନିକ ପ୍ରାର୍ଥନା, ଧ୍ୟାନ, ଯୋଗ ଓ ପ୍ରାଣାୟାମ କରନ୍ତି ନାହିଁ, ଏଥି ଦ୍ଵାରା ଏକାଗ୍ରତା ଅଭାବରୁ ପରୀକ୍ଷାର ଭୟ ମନରେ ଅଧିକ ରହିଯାଇଥାଏ । ଏହି ସବୁକୁ ପ୍ରାଧାନ୍ୟ ଦେଇ, ରାତ୍ର ଅନିଦ୍ରା ନ ରହି ପୂର୍ବରୁ ଖୁସିରେ ଯେଉଁଭଳି ପଢାପଢି କରିଥାଉ ସେହିଭଳି କରିବାକୁ କୁହାଯାଇଛି ।

Exit mobile version