Site icon Awaj Media

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା “ ଛତୁ ଚାଷ” ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା “ଛତୁ ଚାଷ” ଉଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ନୂଆଗଡ ବ୍ଲକ ଅନ୍ତର୍ଗତ ତାବରଡ଼ା ଗ୍ରାମ ପଞ୍ଚାୟତ ସଭା ଗୃହରେ ଉଦଘାଟନ ହୋଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ତାବରଡା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ମୋଟ ୩୫ ଜଣ ମହିଳା ତାଲିମ ନେବେ । ଉଦଘାଟନ ସଭାରେ ମୁଖ୍ୟ ଅତିଥି ରୂପେ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ତାବତି ବେହେରାଦଳାଇ ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ କରିଥିଲେ ! ଶ୍ରୀ ସାଇମନ ଡୁଙ୍ଗଡୁଙ୍ଗ, ନିର୍ଦ୍ଦେଶକ, ୟୁନିୟନ ଆରସେଟିର ସଭାପତିତ୍ଵ କରିଥିଲେ । ସମସ୍ତ ଅତିଥି ଏବଂ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରତିଭାଗୀ ମାନଙ୍କୁ ଅଭିଭାଷଣ ମାଧ୍ୟମରେ ବିଭିନ୍ନ ଉଦାହରଣ ଦେଇ ମନଯୋଗ ସହକାରେ ତାଲିମ ପ୍ରାପ୍ତ ହୋଇ ଭବିଷ୍ୟତରେ ଉତ୍ତରୋତ୍ତର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ଶ୍ରୀମତୀ ବନ୍ଦନା ବଡମୁଣ୍ଡି, BPC ଏବଂ Y.P-OLM, MBK ତାବରଡା ଗ୍ରାମ ପଞ୍ଚାୟତର ପ୍ରଶିକ୍ଷକ ଶ୍ରୀ ଲିଙ୍ଗରାଜ ପାଣିଗ୍ରାହୀ ଉପସ୍ଥିତ ଥିଲେ I ଅନୁଷ୍ଠାନର ପାଠ୍ୟ ସଂଯୋଜକ ଶ୍ରୀ ଦିଲ୍ଲୀପ କୁମାର ତନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version