Site icon Awaj Media

ପବିତ୍ର ଦୁର୍ଗୋତ୍ସବ ଅବସରରେ ବାଣପୁରର ଦୁଇ ପ୍ରମୁଖ ଶକ୍ତିପିଠ ମା ବିରଜାଇଁ ଓ ମା ତାରେଣୀଙ୍କ ପିଠ ଚଳଚଞ୍ଚଳ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ଦୁର୍ଗୋତ୍ସବ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ମାଳ ଅଞ୍ଚଳ ନିଳାଦ୍ରୀପ୍ରସାଦ ପଞ୍ଚୟତରେ ଥିବା ଆଉ ଦୁଇଟି ପ୍ରମୁଖ ଶକ୍ତିପିଠ ମା ବିରଜାଇଁ ଓ ମା ତାରେଣୀଙ୍କ ପିଠ ଚଳଚଞ୍ଚଳ ହୋଇଉଠିଛି । ଏହି ପିଠ ମାନଙ୍କରେ ଦୁର୍ଗତ୍ସବ ଧୂମଧାମରେ ପାଳିତ ହେଉଥିବା ବେଳେ ମା ଙ୍କର ଚଳନ୍ତି ପ୍ରତିମା କାଠି ଠାକୁରାଣୀ ସପ୍ତମିରୁ ଘଣ୍ଟ ଘଣ୍ଟା ଖୋଳତାଳ ମସାଲ ଆଦି ଶୋଭାଯାତ୍ରାରେ ବିଜେ କରିଥାନ୍ତି । ମା ଦଶହରା ଯାଏ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ସମୟରେ ଭକ୍ତମାନେ ମାଙ୍କୁ ଫୁଲଚନ୍ଦନ ଦେଇ ବନ୍ଦାପନା କରିବା ସହ ମାଙ୍କ ନିକଟରେ ବିଭିନ୍ନ ସ୍ବାଦିଷ୍ଠ ଫଳମୂଳ ସମେତ ଖଇ ଉଖୁଡା ଓ ମିଷ୍ଟାନ୍ନ ଲାଗି କରିଥାନ୍ତି । ମାଙ୍କ ପାଖରେ ଶ୍ରଦ୍ଧାଳୁ ମାନଙ୍କ ରହିଛି ଅଗାଧ ଭରଷା ! ମନ ସ୍କାମନା ପୂର୍ଣ୍ଣ ପାଇଁ ଦୂର ଦୁରାନ୍ତରୁ ହଜାର ହଜାର ଭକ୍ତ ମାଙ୍କ ନିକଟରେ ଗୁହାରିଆ ପଡି ଥାଆନ୍ତି । ମାଙ୍କୁ ଦର୍ଶନ କରିବା ନିମନ୍ତେ ଏହି ଶକ୍ତିପିଠ ମାନଙ୍କରେ ବହୁଭକ୍ତ ମାନଙ୍କର ସମାଗମ ହୋଇଥାଏ ।

Exit mobile version