Site icon Awaj Media

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଆଜି ଖୋର୍ଦ୍ଧା ଜିଲ୍ଲା ପୋଲିସ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱ ରେ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଖୋର୍ଦ୍ଧା ଏସପି କିଶୋର ଚନ୍ଦ୍ର ମୁଣ୍ଡୁ ଯୋଗଦେଇ ପ୍ରଦୀପ ପ୍ରଯୋଳନ କରିବା ସହ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟ ସମ୍ନାନିତ ଅତିଥି ଭାବେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଥାନା ଅଧିକାରୀ ରମେଶ କୁମାର ଦେବତା, ଶ୍ରୀମତୀ ମୀନାକ୍ଷ୍ମି ଠାକୁର ଡିଏସପି , ଶ୍ରୀଯୁକ୍ତ ଅନିଲ କୁମାର ମହାନ୍ତି ଡିଏସପି, ଶ୍ରୀଯୁକ୍ତ ସୁଜିତ କୁମାର ପଣ୍ଡା ଡିଏସପି ଯୋଗ ଦେଇ ଆଜିର ଦୁନିଆରେ କିଭଳି ଭାବେ ସାଇବର ଅପରାଧରୁ ଦୁରେଇ ରହିପାରିବା ଓ ଅଜଣା ଫୋନ କଲ ଆସିଲେ ଓଟିପି ନଦେବା, କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ଇନଷ୍ଟାଗ୍ରାମ ରିଲ୍ସ କରିବା ସମୟରେ ସତର୍କ ରହିବା, ୟୁପିଆଇ ମାଧ୍ୟମରେ କାରବାର କଲେ ସମ୍ପୂର୍ଣ୍ଣ ସଚେତନତା ରହିବା ନେଇ ଆଲୋଚନା ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମର ରେ ଗୋଦାବରୀଶ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ ।

Exit mobile version