Site icon Awaj Media

ମଙ୍ଗଳପୁର ରାସ୍ତାରେ ବସରେ କଲେଜ ଛାତ୍ରୀ ଅସୁସ୍ଥ : ମେଡିକାଲରେ ଭର୍ତ୍ତି !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାବିଦ୍ୟାଳୟରୁ ବସ ଯୋଗେ ଘରକୁ ଫେରୁଥିବା ସମୟରେ ମଙ୍ଗଳପୁର ନିକଟରେ ଦୁଇ ଛାତ୍ରୀ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି । ଦୁଇ ଛାତ୍ରୀଙ୍କୁ ସେହି ବସ୍ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଦାମୋଦରପୁର ଗ୍ରାମର ତୋଫାନ ପାତ୍ରଙ୍କ ଝିଅ ପୂଜାରିଣି ପାତ୍ର ଓ ଖଣି ଅଞ୍ଚଳ ଚିରିଗୁଣିଆ ଅଞ୍ଚଳର ହେମନ୍ତ ଜେନାଙ୍କ ଝିଅ ବର୍ଷା ପ୍ରିୟଦର୍ଶନି ଜେନା ହଠାତ ଅସୁସ୍ଥ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ । ସୁକିନ୍ଦା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଅସୁସ୍ଥ ଛାତ୍ରୀଙ୍କ ଚିକିତ୍ସା ଓ ସ୍ଵାସ୍ଥ୍ୟ ଅବସ୍ଥା ତଦାରଖ କରିଛନ୍ତି ।

Exit mobile version