Site icon Awaj Media

ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚ ବୈଠକରେ କୌଣସି ଜମାକାରୀଙ୍କୁ ଜମାଟଙ୍କା ଫେରସ୍ତରୁ ବାଦ ନଦେବାକୁ ନିଷ୍ପତ୍ତି !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ୱଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ପ୍ରଶାସନ ଓ ଜମାକାରୀ ମିଳିତ ମଞ୍ଚର କର୍ମକର୍ତ୍ତା ମାନେ ଏକ ମିଳିତ ବୈଠକରେ ଵସି ତଦନ୍ତ କମିଶନଙ୍କ ୭ ପର୍ଯ୍ଯାୟର ସୁପାରିଶ ଏଵଂ ଓପିଡା ସ୍ଵତନ୍ତ୍ର କୋର୍ଟଙ୍କ ରାୟ ଭିତ୍ତିରେ ନୟାଗଡ଼ ଜିଲ୍ଲାର କୌଣସି ଜମାକାରୀ ଟଙ୍କା ଫେରସ୍ତରୁ ବଞ୍ଚିତ ହେବେ ନାହିଁ ବୋଲି ସର୍ଵ ସମ୍ମତ ନିଷ୍ପତ୍ତି ହୋଇଅଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲିପ ବଳଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ବୈଠକରେ ଜମାକାରୀ ମିଳିତ ମଞ୍ଚର ରାଜ୍ଯ ସମ୍ପାଦକ ମଧୁସୁଦନ ଵିଶ୍ଵାଳ, ଯୁଗ୍ମ ଆବାହକ ଅନୁରାଧା ସୁବୁଦ୍ଧି, ଜିଲ୍ଲା ଉପଦେଷ୍ଟା ତଥା ନୟାଗଡ଼ ଵାର ଆସୋସିଏସନ୍ ର ସଭାପତି ରଣଜିତ ଦାସ, ଜମାକାରୀ ମିଳିତ ମଞ୍ଚର ସଞ୍ଜୟ ମହାପାତ୍ର, ତ୍ରୀନାଥ ପଣ୍ଡା ମାନସ ମିଶ୍ର, ନିଳମଣୀ ପାତ୍ର, କୁଳମଣି ପୃଷ୍ଟି,ସତ୍ୟାନନ୍ଦ ସାହୁ,ଅଖିଳ ପ୍ରଧାନ,ଦିଲ୍ଲୀପ ରାଉତ,ବିଜୟ ଡୋରା, ଭାଗିରଥି ସାହୁ, ମହେନ୍ଦ୍ର ରାଉତ, ଶୁକଦେବ ପଣ୍ଡା,ପ୍ରମୋଦ ମହାନ୍ତି, ବଳରାମ ନାୟକ, ଶ୍ରୀମତୀ ପ୍ରମୋଦା ସ୍ବାଇଁ ,ନବ କିଶୋର ନାୟକ ପ୍ରମୁଖଙ୍କ ସହ ଏକାଧିକ ତହସିଲଦାର ଓ ଆର ଆଇ ଯୋଗ ଦେଇ ଜମାଟଙ୍କା ଫେରସ୍ତ ପାଇଥିବା ଜମାକାରୀ ତାଲିକା ଉପରେ ଆଲୋଚନା ସହ, ଯାଞ୍ଚ ପରେ ଇଣ୍ଡେମନିଟି ଵଣ୍ଡ ଦେଇ ପାରି ନଥିବା ଜମାକାରୀ କିଭଳି ଇଣ୍ଡେମନିଟି ଵଣ୍ଡ ଦେବେ, ଜାଞ୍ଚ ବେଳେ ଅନୁପସ୍ଥିତ ଥିବା ଜମାକାରୀ କିଭଳି ଜାଞ୍ଚ ଅନ୍ତର୍ଭୁକ୍ତ ହେବେ ସେ ନେଇ ଆଲୋଚନା କରାଯାଇ ଏହି ପ୍ରକାରର କୌଣସି ଜମାକାରୀ ଯେଭଳି ଟଙ୍କା ଫେରସ୍ତ ପ୍ରକ୍ରିୟାରୁ ବାଦ ନପଡିଵେ ସେଥିପ୍ରତି ଗୁରୁତ୍ଵ ଦିଆଯାଇଥିଲା। ଵେନିଙ୍ଗ୍ ଅଫ୍ ଅନରେଗୁଲେଟେଡ ଡିପୋଜିଟ ସ୍କିମ୍ (ଵଡସ) ଆଇନ ଏଵଂ ଓଡିଶା ପ୍ରୋଟେକଶନ ଅଫ୍ ଡିପୋଜିଟର୍ସ ଆକ୍ଟ (ଓପିଡା) ଆଇନ ଭିତ୍ତିରେ ଜମାକାରୀ ମାନେ ଜିଲ୍ଲାପାଳ ଓ ତହସିଲଦାରଙ୍କ ଠାରେ କ୍ଲେମ ଆଵେଦନ ଦାଖଲ କଲେ ଏହି କ୍ଲେମ ଵାଵଦରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ଜମା ଫେରସ୍ତ ଵାଵଦରେ ଜିଲ୍ଲା ପ୍ରଶାସନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଆଲୋଚନା କରାଯାଇଛି । ମୋଟାମୋଟି ଭାବେ କ୍ଷତିଗ୍ରସ୍ତ ଜମାକାରୀ ଯାଞ୍ଚ , ଇଣ୍ଡେମନିଟି ଵଣ୍ଡ ଦାଖଲ ଓ ଟଙ୍କା ଫେରସ୍ତରୁ ବାଦ ନପଡିଵା ପାଇଁ ନିଷ୍ପତ୍ତି ହୋଇ ଅଛି। ଏହି ପ୍ରକ୍ରିୟାରୁ ବାଦ ପଡିଥିବା ଜମାକାରୀ ମଞ୍ଚ ସହାୟତାରେ ସେ ସୁଯୋଗ ନିଅନ୍ତୁ ବୋଲି ଏହି ବୈଠକରୁ ଆହ୍ଵାନ ଦିଆଯାଇଛି।

Exit mobile version