ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଶ୍ୱକପରେ ପାକିସ୍ତାନରେ ମୁଣ୍ଡରେ ଲାଗିଥିବା ପରାଜୟ କଳଙ୍କ ୮ – ୦ ହୋଇଯାଇଛି । ପୂର୍ବରୁ ବିଶ୍ୱକପରେ ଭାରତ ୭ ଥର ପାକିସ୍ତାନ ଠାରୁ ଜିତିଥିଲା । ଆଜିର ବିଜୟ ପରେ ଏହି ସଂଖ୍ୟା ୮ – ୦ ହୋଇ ଯାଇଛି । ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ପରାକ୍ରମ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରଣ ବ୍ୟାଟିଂ ଦେଖିବାକୁ ମିଳିଛି । ବିଶ୍ୱକପର ଏହି ମହା ମୁକାବିଲାରେ ଆରମ୍ଭରୁ ଶେଷ ଯାଏ କେବଳ ଭାରତୀୟ ବ୍ୟାଟର ଓ ବୋଲରଙ୍କ ଦବଦବା ଦେଖିବାକୁ ମିଳିଥିଲା । ବ୍ୟାଟିଂରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ବୋଲିଂରେ ମଧ୍ୟ ବିଶେଷ କିଛି କରି କରିପାରି ନଥିଲା । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସୃଷ୍ଟି ହୋଇଥିବା ଦର୍ଶକଙ୍କ ନୀଳ ସମୁଦ୍ର ଭିତରେ ରୋହିତ ଆଣ୍ଡ କୋ ତ୍ରିରଙ୍ଗା ଉଡ଼ାଇଛନ୍ତି ।
ରେକର୍ଡ ଅତୁଟ : ବିଶ୍ୱକପ ମ୍ୟାଚ ରେ ଧୂଳି ଚାଟିଲା ପାକିସ୍ତାନ !!!

