Site icon Awaj Media

ଚକାପଦା ଯୁବକ ସଙ୍ଘ ଏବଂ ସମ୍ବାଦ ସାହିତ୍ୟ ଘର ମିଳିତ ଆୟୋଜନରେ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ରକ୍ତ ଅଭାବରୁ କେହି ମୃତ୍ୟୁ ବରଣ କରନ୍ତୁ ନାହିଁ | ରକ୍ତ ଦାନ ମହତ କାର୍ଯ୍ୟ । ଏହି ମହତ ଉଦ୍ଦେଶ୍ୟ ନେଇ ବାଙ୍କୀ ଏନ୍ ଏ ସି ଅନ୍ତର୍ଗତ ଚକାପଦା ପ୍ରାଥମିକ ବିଦ୍ୟାଳୟ ପରିସରରେ ଆସନ୍ତା ରବିବାର ୧୫.୧୦.୨୦୨୩ ଦିନ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଉଅଛି । ଉକ୍ତ ରକ୍ତଦାନ ଶିବିର ବାଙ୍କୀର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଚକାପଦା ଯୁବକ ସଙ୍ଘ ଏବଂ ସମ୍ବାଦ ସାହିତ୍ୟ ଘର, ଡମପଡା ଶାଖାର ମିଳିତ ଆୟୋଜନରେ ଅନୁଷ୍ଠିତ ହେଉଅଛି || ଅନୁଷ୍ଠାନର ଯୁବବନ୍ଧୁ ଭବନ ସଭାଗୃହରେ ଆଜି ସମସ୍ତ ସଭ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା | ଏଥିରେ 100 ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ ରଖାଯାଇଛି |bଦକ୍ଷ ସଂଗଠକ ଓ ସମାଜସେବୀ ମାନଙ୍କର ଉପସ୍ଥିତି, ସହଯୋଗ ଓ ସହଭାଗିତା ସହିତ ଉକ୍ତ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ରକ୍ତଦାତା ମାନଙ୍କୁ ସାମିଲ କରିବା ପାଇଁ ଆବାହକ ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ଏବଂ ସମ୍ବାଦ ପ୍ରତିନିଧି ଶୁଭେନ୍ଦୁ କୁମାର ମହାପାତ୍ର ଅନୁରୋଧ କରିଛନ୍ତି | ଉକ୍ତ ରକ୍ତଦାନ ଶିବିର ସକାଳ 9 ଘଟିକାରୁ ଦିନ ଏକ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ !

Exit mobile version