Site icon Awaj Media

ଲକ୍ଷ୍ମୀ ଯୋଜନା ପାଇଁ ପାରଳାଖେମୁଣ୍ଡିରେ ପହଞ୍ଚିଲା 36 ଗୋଟି ବସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ ଲକ୍ଷ୍ମୀ ଯୋଜନା ପାଇଁ ଆସି ପହଞ୍ଚିଲା 36 ଗୋଟି ବସ । ସେଥି ମଧ୍ୟରୁ 4 ଗୋଟି ବସ ଏସି ବସ ହୋଇଥିବା ବେଳେ ଅନ୍ୟ 32 ଗୋଟି ବସ ବିନା ଏସି ବସ । ଗଜପତି ଜିଲ୍ଲାର ପ୍ରତି ଗାଁରୁ ଜିଲ୍ଲା ମୁଖ୍ୟାଳୟ ସହିତ ରାଜଧାନୀ ଭୁବନେଶ୍ୱର କୁ ଯୋଡ଼ି ହେବ ଏହି ବସ ସେବା । 4 ଗୋଟି ଏସି ବସ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ବାହାରି ଭୁବନେଶ୍ୱର ଓ କଟକରେ ପହଞ୍ଚିବ ଓ ଅନ୍ୟ 32 ଟି ବସ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାହାରି ଜିଲ୍ଲା ମୁଖ୍ୟାଳୟ ରେ ପହଞ୍ଚିବ ବୋଲି ଖବର ମିଳିଛି । ଲକ୍ଷ୍ମୀ ଯୋଜନା ପ୍ରଚଳନ ହେବା ପରେ ଗଜପତି ଜିଲ୍ଲାର 149 ଟି ପଞ୍ଚାୟତ ଲୋକ ଉପକୃତ ହେବେ । ଗଜପତି ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବା ବେଳେ ଏଠାରେ ଅନେକ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକେ ବିଶେଷ କରି ଗୁମ୍ମା ବ୍ଲକ, ନୂଆଗଡ ବ୍ଲକ, ରାୟଗଡ଼ ବ୍ଲକ ଓ ରା. ଉଦୟଗିରି ବ୍ଲକର ଲୋକେ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଦେଇଛି । ଏହି ବସ ସେବା ଗଜପତି ଜିଲ୍ଲାରେ ଆରମ୍ଭ ହେବା ପରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଂଚଳରୁ ଜିଲ୍ଲା ସଦର ମହକୁମାକୁ ଯାତାୟାତ କରୁଥିବା ବିଭିନ୍ନ ଲୋକଙ୍କ ପାଇଁ ଯାତାୟତରେ ସୁବିଧା ହେବା ସହ ଏହି ବସ ସେବା ଗଜପତି ଜିଲ୍ଲାରେ ଖୁବ୍ ଶୀଘ୍ର ଆରମ୍ଭ ହେବା ପାଇଁ ଆଶା ରଖିଛନ୍ତି ଜିଲ୍ଲାବାସୀ ।

Exit mobile version