Site icon Awaj Media

ମହିଳା ସ୍ନାତକ ମହା ବିଦ୍ୟାଳୟରେ ଜାତୀୟ ଖେଳ ହକି ପ୍ରତି ସଚେତନତା ସୃଷ୍ଟି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହା ବିଦ୍ୟାଳୟ ପରିସରରେ ଜାତୀୟ ଖେଳ ହକି ପାଇଁ ଛାତ୍ରୀଙ୍କ ମଧ୍ୟରେ ଉତ୍ସ।ହ ଉଦ୍ଦୀପନା ସୃଷ୍ଟି କରିବା ପାଇଁ ଏକ ସଭା ଅନୁଷ୍ଠାନର ଅଧ୍ୟକ୍ଷା ଡକ୍ଟର ରୀନା ସାହୁଙ୍କ ତତ୍ୱବାଧାନରେ ଅନୁଷ୍ଠିତ ହୋଇଯାଇଛି । ନିଜ ବକ୍ତବ୍ୟରେ ଅଧ୍ୟକ୍ଷା କହିଥିଲେ ଯେ , ଭାରତର ଜାତୀୟ ଖେଳ ହକି କିଭଳି ସାମ୍ପ୍ରତିକ ସମୟରେ ଲୋକପ୍ରିୟତା ଅର୍ଜନ ସହ ବିଶ୍ୱସ୍ତରରେ ମଧ୍ୟ ଖେଳି ସଫଳତାର ସହ ସ୍ୱର୍ଣ୍ଣ ପଦକ ହାସଲ କରିପାରିଛି । ଯାହାକି ସମସ୍ତ ଭାରତୀୟ ଙ୍କୁ ଗର୍ବିତ କରିପାରିଛି । ସେହିଭଳି ମହାବିଦ୍ୟାଳୟର ଅଧ୍ୟାପିକା ଡକ୍ଟର ଭାରତୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଭଳି ସଫଳତାର ସହ ରାଜ୍ୟରେ ହକି ଖେଳର ଆୟୋଜନ କରି ବିଶ୍ୱ ପ୍ରଶଂସିତ ହୋଇଥିଲେ । ତେଣୁ ଆଜିର ଯୁବ ପିଢ଼ି ମଧ୍ୟ ହକି ଖେଳ ପ୍ରତି ଶ୍ରଦ୍ଧା ଓ ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି କହିଥିଲେ । ଶେଷରେ ଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ହକି ଖେଳ ପ୍ରତି ସମ୍ମାନ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ ଅଣ ଶିକ୍ଷକ ଉପସ୍ଥିତ ରହି ସହଯୋଗ କରିଥିଲେ।

Exit mobile version