Site icon Awaj Media

ପୁରୀ ଟାଉନ ଥାନା ପରିସରରେ ସାଇବର ସୁରକ୍ଷା ସଚେତନତା ଅଭିଯାନ ଉଦଯାପିତ !!!

Spread the love

ପୁରୀ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟ ତଥା ଦେଶରେ ଦିନକୁ ଦିନ ସାଇବର ଅପରାଧୀ ମାନେ ସକ୍ରିୟ ହେବା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଗତ ୨ ତାରିଖ ଠାରୁ ଜିଲ୍ଲାବ୍ୟାପୀ ଅନୁଷ୍ଠିତ ହୋଇଥିଲା l ରବିବାର ଦିନ ଉଦଯାପନ ଦିବସ ଅବସରରେ ପୁରୀ ଟାଉନ ଥାନାର ସଭାଗୃହ ଠାରେ ଥାନାଧିକାରୀ ସୁନିଲ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭା କାର୍ଯ୍ୟରେ ଅତିଥି ଭାବେ ପୁରୀ ଜିଲ୍ଲା ଅତିରିକ୍ତ ଏସପି ଦେବବ୍ରତ ଚକ୍ର, ପୁରୀ ସଦର ଏସଡିପିଓ ରବି ନାରାୟଣ ଭଞ୍ଜ, କୁମ୍ଭାରପଡା ଥାନାଧିକାରୀ ଜୟଦୀପ ମହାନ୍ତି ଯୋଗ ଦେଇଥିଲେ । ସମସ୍ତ ଅତିଥି ମାନେ ସାଇବର ଅପରାଧକୁ ରୋକିବା ଦିଗରେ ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରିବା ସହ ଆଗାମୀ ଦିନ ମାନଙ୍କରେ ମଧ୍ୟ ସାଇବର ଅପରାଧ ଘଟାଉ ଥିବା ଅପରାଧୀ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ୧୨୦ ଜଣ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ ।

Exit mobile version