ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସମସ୍ତଙ୍କ ଆଖିରେ ଲୁହ, ଫେରି ଆସ ସାର ! ଏମିତି କହି ସୃତିଚାରଣ ସଭାରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା । ଏମିତି ଜଣେ ବିରଳ ପୂଜ୍ୟ ଶିକ୍ଷକ ଥିଲେ ସ୍ଵର୍ଗତ ପ୍ରକାଶ ଚନ୍ଦ୍ର ମିଶ୍ର ! ସ୍ଵର୍ଗତ ଶ୍ରୀ ମିଶ୍ର ଥିଲେ ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠର ସହକାରୀ ଶିକ୍ଷକ ଦୀର୍ଘ ୩୧ ବର୍ଷ ଧରି ସେହି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରେଇ ଆସୁଥିଲେ । ଗତ ୬ ତାରିଖ ଦିନ ଶ୍ରୀ ମିଶ୍ର ଙ୍କ ହଠାତ୍ ହୃଦଘାତ ରେ ମୃତ୍ୟ ବରଣ କରିଥିଲେ। ସଙ୍ଗେ ସଙ୍ଗେ ବାଣପୁର ଅଞ୍ଚଳର ସମସ୍ତ ସରକାରୀ ବେସରକାରି ଶିକ୍ଷାନୁଷ୍ଟାନ ମାନଙ୍କରେ ଖବର ବ୍ୟାପି ଗଲା ଚାଲିଗଲେ ପ୍ରକାଶ ସାର ! ସମସ୍ତ ଶିକ୍ଷାନୁଷ୍ଟାନର ଶିକ୍ଷକ ଶିକ୍ଷୟତ୍ରୀ ହେଉ ବା ଛାତ୍ର ଛାତ୍ରୀ ସମସ୍ତଙ୍କ ଆଖିରୁ ଝରି ପଡ଼ିଥିଲା ଲୁହ। କିଏ ବା ପ୍ରକାଶ ସାର ଙ୍କୁ ନ ଜାଣେ ! ଦୀର୍ଘ ୩୧ ବର୍ଷର ଶିକ୍ଷାଦାନ ରେ ସେଥିଲେ ସମସ୍ତଙ୍କ ପ୍ରିୟ ଶିକ୍ଷକ । ତାଙ୍କ ଠାରୁ ଶିକ୍ଷାଲାଭ କରି ତାଙ୍କ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ଉନ୍ନତି ଆଣିଛନ୍ତି । ଶ୍ରୀ ମିଶ୍ରଙ୍କ ଅକାଳ ବିୟୋଗ ଖବର ଶୁଣି ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠର ପୁରାତନ ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନ ର ଛାତ୍ର ଛାତ୍ରୀ ସମସ୍ତେ ମର୍ମାହତ ! ସମସ୍ତେ ଆଜିବି ଝୁରୁଛନ୍ତି ତାଙ୍କର ପ୍ରିୟ ଶିକ୍ଷକ ପ୍ରକାଶ ସାର ଙ୍କୁ । ଶ୍ରୀ ମିଶ୍ରଙ୍କୁ ମନେ ପକେଇବା ପାଇଁ ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠର ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଏକ ସୃତି ଚାରଣ ସଭାର ଆୟୋଜନ କରିଥିଲେ । ଉକ୍ତ ସଭାରେ ଅତିଥି ଭାବେ ବାଣପୁର ଗୋଷ୍ଠୀଶିକ୍ଷା ଅଧିକାରୀ ସନାତନ ଜାଲି, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା,ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠର ପୁରାତନ ଛାତ୍ର ମାନସ ପ୍ରଧାନ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଶ୍ରୀ ମିଶ୍ରଙ୍କ ଫଟୋ ଚିତ୍ର ରେ ପାଇଁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତ ଛାତ୍ର ଛାତ୍ରୀ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ନରେନ୍ଦ୍ରପୁର ଉପେନ୍ଦ୍ର ବିଦ୍ୟାପୀଠର ଶିକ୍ଷକ ମହେଶ୍ୱର ଜେନାଙ୍କ ରଚୟୀତ “ସୃତି ପାଖୁଡ଼ା” ସଙ୍ଗୀତ କୁ ଦୁଃଖ ଭରା କଣ୍ଠରେ ବିଦ୍ୟାପୀଠର ଛାତ୍ରୀ ମାନେ ଗାନ କରୁଥିବାର ଦେଖିବାକୁ ମିଳିଥିଲା । ପରେ ପରେ ବିଦ୍ୟାପୀଠର କିଛି ଶିକ୍ଷକ ଓ କିଛି ପୁରାତନ ଛାତ୍ର ଛାତ୍ରୀ ମାନେ ଶ୍ରୀ ମିଶ୍ରଙ୍କ ୩୧ ବର୍ଷର କାର୍ଯ୍ୟକଳାପ ବିଷୟରେ ଦୁଃଖର ସହ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଉକ୍ତ ସୃତି ଚାରଣ ସଭାରେ ଶ୍ରୀ ମିଶ୍ରଙ୍କ ଝିଅ ଉପସ୍ଥିତ ଥିବା ବେଳେ ଓସ୍ଥା ତରଫରୁ ତାଙ୍କ ଝିଅ ଙ୍କୁ ପରିବାର କୁ ଅର୍ଥରାଶି ସହଯୋଗ କରାଯାଇଥିଲା। ଉକ୍ତ ସଭା କାର୍ଯ୍ୟରେ ପୁରାତନ ଛାତ୍ର ରଞ୍ଜନ କୁମାର ବେହେରା, ସଂଜେୟ ବରାଳ, ସ୍ଵାଧୀନ ଦାସ, ଶିବ ଜେନା, ମୁନା ସେନାପତି ଓ ଜ୍ୟୋତି ଶଙ୍କର ଜଗଦେବ ପ୍ରମୁଖ ସହଯୋଗ କରିଥିବା ବେଳେ ବିଦ୍ୟାପୀଠର ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସଭାକୁ ପରିଚାଳନା କରିଥିଲେ ପୂର୍ବତନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ର ।।
ମନେ ପଡ଼ନ୍ତି ପ୍ରକାଶ ସାର : ବାଣପୁର ରେ ସୃତିଚାରଣ ସଭାରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି !!!

