ମିଥ୍ୟା ସତ୍ୟପାଠ ଦାଖଲ ନେଇ , ଭାପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ନାମରେ ଅଭିଯୋଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ମିଥ୍ୟା ସତ୍ୟ ପାଠ ଦାଖଲ ନେଇ , ଭାପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷଙ୍କ ନାମରେ ଅଭିଯୋଗ ! ଅଭିଯୋଗ ହୋଇଥିବା ଚାରି ସମିତିସଭ୍ୟ ଗୋଟିଏ – ପରିବାରର ସ୍ୱାମୀ , ସ୍ତ୍ରୀ, ଦିଅର ଭାଉଜ ! ଖଣି, ହତ୍ୟା, ଦୁଷ୍କର୍ମ,ସମ୍ପତ୍ତି ତଥ୍ୟ ଲୁଚାଇଥିବାର ଅଭିଯୋଗୀ ! 2022 ପଞ୍ଚାୟତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ, ଅଧ୍ୟକ୍ଷା ଓ ତାଙ୍କ ଭାଇ ଭାଉଜଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଗୁରୁବାର ଦିନ ଅଭିଯୋଗ ହୋଇଛି. ଯାହାକୁ ନେଇ ପୁଣି ଥରେ ଭାପୁର ରାଜନୀତି ସରଗରମ ହୋଇଛି. ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡା ଅଭିଯୋଗ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ପ୍ରଧାନଙ୍କ ନାମରେ ମିନତୀ ନାୟକ ଅଭିଯୋଗ କରିଛନ୍ତି. ସେହିପରି ସମିତି ସଭ୍ୟା ଦମୟନ୍ତୀ ଖଟେଇଙ୍କ ବିରୋଧରେ ଲକ୍ଷ୍ମୀପ୍ରିୟା ମହାପାତ୍ର ଓ କାଁହ୍ନୁଚରଣ ପ୍ରଧାନଙ୍କ ବିରୋଧରେ ଚୁମୁକି ଗୋଛି ଅଭିଯୋଗ କରିଛନ୍ତି. ବେଣୁଧର ପ୍ରଧାନ ଓ ଗୟାଧର ପରିଡା କଇଁଫୁଲିଆ ପଂଚାୟତରୁ, ସାବିତ୍ରୀ ପ୍ରଧାନ ଓ ମିନତି ନାୟକ ଧାନଚେଙ୍ଗଡ଼ା ପଞ୍ଚାୟତରୁ, ଦମୟନ୍ତୀ ଖଟେଇ ଓ ଲକ୍ଷ୍ମୀପ୍ରିୟା ମହାପାତ୍ର ଶାଳପଡା ପଞ୍ଚାୟତରୁ, କାଁହ୍ନୁଚରଣ ପ୍ରଧାନ ଓ ଚୁମୁକି ଗୋଛି ଶାସନ ପଞ୍ଚାୟତରୁ ନିର୍ବାଚନ ଲଢ଼ିଥିଲେ।ନିର୍ବାଚନ ସମୟରେ ଦିଆଯାଇଥିବା ସତ୍ୟପାଠରେ ବେଣୁଧର ପ୍ରଧାନଙ୍କ ନାମରେ ଥିବା ପଥର ଖଣି, ଭୁବନେଶ୍ୱର ମହିଳା ଥାନାରେ ଦୁଷ୍କର୍ମ ମାମଲା,ଗୁରୁବାରି କହଁର ହତ୍ୟାକାଣ୍ଡ ମାମଲା ସମେତ ଗଞ୍ଜେଇ ଚୋରା କାରବାର ମାମଲା ସମ୍ପର୍କିତ ତଥ୍ଯ ସେ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିନଥିବାବେଳେ ତାଙ୍କ ନାମରେ ଭାପୁର ତହସିଲ ଅଧିନସ୍ତ ମାଧପୁର ଓ ବେତଖୋଲି ବାଲିଘାଟ ତଥ୍ଯ ଲୁଚାଇଥିବା ଗୟାଧର ପରିଡା ଅଭିଯୋଗ କରିଛନ୍ତି।ବେଣୁଧରଙ୍କ ନାମରେ ଥିବା ମାମଲା ଓ ସମ୍ପତି ସେ ସତ୍ୟପାଠରେ ଉର୍ଲେଖ କରିଥିଲେ ଲୋକମାନେ ତାଙ୍କୁ ଅଧିକ ଭୋଟ ଦେଇନଥାନ୍ତେ ବୋଲି ଗୟାଧର ଅଭିଯୋଗ କରିଛନ୍ତି। ଏଥିସହିତ ୨୦୨୧ ମସିହାରେ ଚକ୍ରଧରପ୍ରସାଦ କାଶିଆ ପାହାଡ଼ରେ ବେଆଇନ୍ କ୍ରସର୍ ସ୍ଥାପନ କରି ରୀଜର୍ଭ ଜଙ୍ଗଲରୁ ପଥର ଖୋଳି ଜଙ୍ଗଲ ନଷ୍ଟ କରିଥିବାକରିଥିବାରୁ ନୟାଗଡ଼ ଡିଏଫ୍ଓ ତିରିଶିଲକ୍ଷ ଟଙ୍କା ଜୋରିମାନା କରିଥିଲେ, ମାତ୍ର ବେଣୁଧର ଏ ପର୍ଯ୍ୟନ୍ତ ତାହା ପ୍ରଦାନ କରିନଥିବାରୁ ବେଣୁଧରଙ୍କୁ ତାଙ୍କ ପଦରୁ ବିଦା କରିବାକୁ ଗୟାଧର ଦାବୀ କରିଛନ୍ତି। ଆଇଟି ଚଢ଼ାଉ ବେଳେ ବେଣୁଧର ପ୍ରଧାନଙ୍କ ପରିବାର ୫୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ମାଲିକାନା ହୋଇଥିବା ଜଣାପଡ଼ିଥିବା ବେଳେ ସେ ନିଜର ବ୍ୟାଙ୍କ ଜମା,ସୁନା,ଗାଡ଼ି ଆଦିର ତଥ୍ଯ ଲୁଚାଇଥିବା ଅଭିଯୋଗ ହୋଇଛି।ବେଣୁଧର ମଧ୍ୟ ମଧ୍ୟପ୍ରଦେଶରୁ ତାଙ୍କ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଆଣିଥିବା ଗୟାଧର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ସେହିପରି ବେଣୁଧରଙ୍କର ପତ୍ନୀ ସାବିତ୍ରୀ ପ୍ରଧାନ ଓ ଭାଉଜ ଦମୟନ୍ତୀ ଖଟେଇ ସମ୍ପତି ସମ୍ପର୍କିତ ତଥ୍ଯ ସତ୍ୟପାଠରେ ଲୁଚାଇଥିବା ମିନତୀ ନାୟକ ଓ ଲକ୍ଷ୍ମୀପ୍ରିୟା ମହାପାତ୍ର ଅଭିଯୋଗ କରିଛନ୍ତି, ସେହିପରି ବେଣୁଧରଙ୍କ ଭାଇ ସମିତି ସଭ୍ୟ କାହ୍ନୁଚରଣ ପ୍ରଧାନଙ୍କ ନାମରେ ଗଞ୍ଜେଇ ସମେତ ବିଭିନ୍ନ ମାମଲା,ବାଲିଘାଟ କ୍ରସର ଆଦି ସମ୍ପର୍କିତ ସମ୍ପତି ଲୁଚାଇଥିବା ଚୁମୁକୀ ଗୋଛି ଅଭିଯୋଗ କରିଛନ୍ତି, ବେଣୁଧର ସାବିତ୍ରୀ,କାହ୍ନୁଚରଣ ଓ ଦମୟନ୍ତୀ ଗୋଟିଏ ପରିବାରର ହୋଇଥିବା ବେଳେ ସମ୍ପର୍କରେ ସ୍ଵାମୀ-ସ୍ତ୍ରୀ ଓ ଦିଅର-ଭାଉଜ ଅଟନ୍ତି ଏବଂ ଉକ୍ତ ଚାରିଜଣଙ୍କ ନାମରେ ୫୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ମାଲିକାନା ଥିବା ଅଭିଯୋଗ ହୋଇଛି। ମିଥ୍ୟା ସତ୍ୟପାଠର ଅଭିଯୋଗ ପାଇଛି ଏହାର ତଦନ୍ତ କରି ନିର୍ବାଚନ କମିଶନରଙ୍କୁ ପଠାଇବି, ନିର୍ବାଚନ କମିଶନର ନିର୍ଦେଶ ଦେଲେ କୋର୍ଟ ରେ କେସ କରାଯିବ, ଏବଂ କୋର୍ଟ ତାଙ୍କ ସଭ୍ୟପଦ ରଦ କରିପାରିବେ ବୋଲି ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି।
ଏ ସମ୍ପର୍କରେ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କହିଛନ୍ତି ସତ୍ୟପାଠରେ କୌଣସି ମିଥ୍ୟା ତଥ୍ୟ ଦିଆଯାଇ ନାହିଁ.

Leave a Reply

Your email address will not be published. Required fields are marked *