Site icon Awaj Media

ରଜିବ ଗ୍ରାମରେ ଭଗବତୀ ଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମ ରେ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ରଜିବ ଗ୍ରାମରେ ଭଗବତୀ ଙ୍କ ପୀଠରେ ମହାଷ୍ଟମୀ ପୂଜା ଧୂମଧାମ ରେ ପାଳିତ ! ପବିତ୍ର ପାର୍ବଣ ଋତୁ ରେ ପାଳନ ହେଉଥିବା ମା ଦୁର୍ଗତିନାଶିନୀ ଦୁର୍ଗା ଙ୍କ ର ଷୋଡଶ ଦିନାତ୍ମକ ପୂଜା ପ୍ରାୟତଃ ପ୍ରସିଦ୍ଧ ଶକ୍ତି ପୀଠ ମାନଙ୍କରେ ପାଳନ ହେଉଛି। ଏହି ଅବସରରେ ରଜିବ ଗ୍ରାମର ଆରାଧ୍ୟା ଦେବୀ ଭଗବତୀ ଙ୍କ ପୀଠରେ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ପର୍ଯ୍ୟନ୍ତ ପାଳନ କରାଯାଇଥାଏ ଷୋଳପୂଜା । ପ୍ରଥମେ ସୂର୍ଯ୍ୟ ପୂଜା କରାଯାଇ ମା ଙ୍କ ପୂଜାରେ କଳସ ବୁଡ଼ାଯାଇ ମା ଙ୍କ ପୀଠକୁ ଆସିଥାଏ । ପରେ ମା ଙ୍କୁ ପବିତ୍ର ଗଙ୍ଗା ସ୍ନାନ କରାଯାଇଥାଏ। ଭକ୍ତ ମାନେ ଷୋଳ ବ୍ରତ ଧାରଣ କରିଥାନ୍ତି। ପ୍ରତ୍ୟେକ ଦିନ ମଜଣା ଲାଗି କରାଯାଇଥାଏ। ମଧ୍ୟାହ୍ନ ପୂଜା କରାଯାଇ ଶଙ୍ଖୁଡି ଭୋଗ ଲାଗି କରାଯାଇଥାଏ। ଧୂପ ଦୀପ ନୈବେଦ୍ୟ ଆଳତି କରାଯାଇଥାଏ। ସେହିପରି ପ୍ରତ୍ୟେକ ସନ୍ଧ୍ୟାରେ ସନ୍ଧ୍ୟା ପୂଜାରେ ଭାଗବତ ନାମଯଜ୍ଞ କରାଯାଇ ସାନ୍ଧ୍ୟ ଆଳତି କରାଯାଇ ମା ଙ୍କର ପହୁଡ ପଡିଥାଏ । ଏହି ପୂଜାରେ ବହୁ ଶ୍ରଦ୍ଧାଳୁ ପୁରୁଷ ଏବଂ ମହିଳା ଯୋଗ ଦେଇଥାନ୍ତି । ଷଷ୍ଠୀ ପୂଜା ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ରାମନାଟ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ କୁନି ଝିଅ ର ଯୋଗ ଦେଖି ବାହାରୁ ଆସିଥିବା ଭକ୍ତ ମାନେ ବିଭୋର ହୋଇ ଯାଇଥିଲେ। ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଷୋଳ ପୂଜା ସମୟରେ ବାହାରୁ ବହୁ ଭକ୍ତ ମା ଙ୍କର ଆଶିଷ ଲାଭ କରି ଭକ୍ତି ର ସହ ଘରକୁ ଫେରିଥାନ୍ତି ।

Exit mobile version