Site icon Awaj Media

ମହେନ୍ଦ୍ର ବନାଞ୍ଚଳରେ ବାଘ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଣ୍ଡାହାତୀ ନିକଟସ୍ଥ ସନ୍ତୋଷପୁର ଗ୍ରାମ ନିକଟରେ ଏକ ଗାଈକୁ ବନ୍ୟଜନ୍ତୁ ଘୋଷାରି ନେଇ ମାରି ଖାଇଥିବାର ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମହେନ୍ଦ୍ର ଵନାଞ୍ଚଳର ବନ କର୍ମଚାରୀ ଏବଂ ପାରଳାଖେମୁଣ୍ଡି ଵନଖଣ୍ଡର ଏସିଏଫ ଅଶୋକ କୁମାର ଵେହେରା ଘଟଣା ସ୍ଥଳରେ ପହଞ୍ଚି ଅନୁସନ୍ଧାନ କଲାପରେ ଏକ ଵାଘର ପାଦଚିହ୍ନ ଠାଵ କରିଥିଲେ । ପାଦଚିହ୍ନ ଗୁଡ଼ିକର ପ୍ଲାଷ୍ଟର ପ୍ୟାରିସ ମାଧ୍ୟମରେ ଟ୍ରେସିଙ୍ଗ କରାଯାଇଥିଲା । ସେହିଦିନ ଵାଘର ଅବସ୍ଥିତି ଜାଣିବା ପାଇଁ ସେହି ଆଖପାଖ ଅଞ୍ଚଳରେ ପାଞ୍ଚଗୋଟି ଟ୍ରାପ କ୍ୟାମେରା ଲଗାଯାଇଥିଲା । ପରଦିନ ସକାଳୁ ଗୋଟିଏ କ୍ୟାମେରାରେ ଏକ ମହାବଳ ଵାଘ ର ଅବସ୍ଥିତି ଜଣାପଡିଛି । ଏଥିଯୋଗୁଁ ଉକ୍ତ ଅଞ୍ଚଳର ଆଖପାଖ ସମସ୍ତ ଗ୍ରାମବାସୀ ମାନଙ୍କୁ ବାଘ ବୁଲୁଥିବାର ସତର୍କ ସୂଚନା ଦିଆଯାଇଛି ।ଗାଈ, ଗୋରୁ, ଛେଳି, ମେଣ୍ଢା ଇତ୍ୟାଦି ଗୃହପାଳିତ ପଶୁ ଗୁଡିକ ନିଜ ନିଜର ଗୁହାଳ ମଧ୍ୟରେ ବାନ୍ଧି ରଖିବାକୁ ଏବଂ ରାତ୍ର ସମୟରେ ବାହାରେ ନ ବୁଲିବାକୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ ସୂଚନା ଦିଆଯାଇଛି ।

Exit mobile version