Site icon Awaj Media

ଗତକାଲି ଅବସର : ଆଜି କ୍ୟାବିନେଟ ପାହ୍ୟା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସତ୍ୟବ୍ରତ ଦାଶ : ଗତକାଲି ସରକାରୀ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଆଇଏଏସ୍ ଭି.କେ ପାଣ୍ଡିଆନ। ଆଜି କ୍ୟାବିନେଟ ମନ୍ତ୍ରୀ ପ୍ୟାହା ମିଳିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବସର ପ୍ରାପ୍ତ ୨୦୦୦ ମସିହା ଆଇଏଏସ୍ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାରଙ୍କ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି। ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ। ଏନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଧ ଭାବେ ବିଜ୍ଞପ୍ତି ଜାରି ହୋଇଛି । ବିଜୟାଦଶମୀରୁ ନୂଆ ଦାୟିତ୍ୱ ନେଇଥିବା ପାଣ୍ଡିଆନଙ୍କ କାର୍ଯ୍ୟ ପ୍ରାୟତଃ ସମାନ ରହିବ। ସେ ସରକାରୀ ଚାକିରିରୁ ଅବସର ନେଇଥିଲେ ମଧ୍ୟ ତାଙ୍କୁ ପୁଣି ସରକାରରେ ଗୁରୁତ୍ୱପୁର୍ଣ୍ଣ ପଦ ମିଳିଛି। ଏହି ପଦବୀରେ ରହି ସେ ବିଧିବଦ୍ଧ ଭାବେ ସରକାରୀ ଭାବେ ନବୀନଙ୍କ ପରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ହେବା ସ୍ପଷ୍ଟ ହୋଇଛି। ଯଦିଓ ପୂର୍ବରୁ ସେ ଅଣ ଆନୁଷ୍ଠାନିକ ଭାବେ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାଲଟିଥିଲେ। ଏହି ନୂଆ ଦାୟିତ୍ୱରେ ରହିବା ପରେ ସେ ରାଜ୍ୟର ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କଠାରୁ ଆରମ୍ଭ କରି ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବ ତାଙ୍କୁ ଆନୁଷ୍ଠାନିକ ଭାବେ ରିପୋର୍ଟ କରିବାକୁ ବାଧ୍ୟ ହେବେ।

Exit mobile version