Site icon Awaj Media

ମଳିପଡ଼ାରେ ବେଶ ଧୁମଧାମରେ ପାଳିତ ହେଲା ମା ‘ଙ୍କ ର ପର୍ବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ଉପକଣ୍ଠ ମଳିପଡ଼ା ଗ୍ରାମରେ ବେଶ ଧୂମଧାମରେ ପାଳିତ ହୋଇଛି ମା ଙ୍କର ଶାରଦୀୟ ପର୍ବ l ଏହି ଉପଲକ୍ଷେ ସକାଳୁ ଗୋପୂଜା, ସାଲ ପୂଜା, ମା’ଙ୍କର ଚଣ୍ଡୀପାଠ, ସୋଡସ ଉପଚାର ଆଦି ନୀତିକାନ୍ତି ହୋଇଥିବା ବେଳେ, ଆଖପାଖ ଅଞ୍ଚଳରୁ ହଜାର ହଜାର ଭକ୍ତ ମା ଙ୍କ ଦର୍ଶନ କରିଥିଲେ l ଏହି ଉତ୍ସବରେ ଭଳିକି ଭଳି ଖାଦ୍ୟ ସାଙ୍ଗକୁ, ମିନାବଜାର ଲୋକମାନଙ୍କୁ ବେଶ ଆକର୍ଷିତ କରିଥିଲା l ତା ସାଙ୍ଗକୁ ମନ ମୋହିଥିଲା ପାଇକ ବୀର ମାନଙ୍କର ଲୋମଟାଙ୍କୁଳା ସମର କଳା l ବାସ୍ତବରେ, ମଳିପଡ଼ା ଗ୍ରାମବାସୀଙ୍କର ଏହି ଭକ୍ତି ପୂତ ପ୍ରୟାସ ପାଇଁ ଅଞ୍ଚଳ ବାସୀ ବେଶ ଖୁସି ଅନୁଭବ କରିଛନ୍ତି l

Exit mobile version