ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ପଞ୍ଚାୟତର ମା ସିଦ୍ଧ ଖଣ୍ଡୁଆଳ କ୍ରିକେଟ ଆସୋସିଏସନ ଅନୁକୁଲ୍ୟରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ହଜ ଗ୍ରାମର ବାବା ବଳିଆ କ୍ରିକେଟ ଟିମ ଚମ୍ପିୟାନ ହୋଇ ଫାଇନାଲ ଟ୍ରଫି ହାତେଇଥିଲା I ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ଉକ୍ତ ଟୁର୍ଣ୍ଣାମେଣ୍ଟରେ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଚମ୍ପିୟାନ ଟିମକୁ ଫାଇନାଲ ଟ୍ରଫି ପ୍ରଦାନ କରିଥିଲେ I ଆଗମୀ ଦିନରେ ଯୁବକ ମାନଙ୍କର ଉନ୍ନତି ପାଇଁ ଶ୍ରୀଯୁକ୍ତ ସୁବୁଦ୍ଧି ସଦାସର୍ବଦା ସାହାଯ୍ୟ ସହଯୋଗ କରିବେ ବୋଲି ଖେଳାଳୀ ମାନଙ୍କୁ କହିଥିଲେ I ଏଥି ସହ କାର୍ଯ୍ୟକ୍ରମରେ ସାମ୍ବାଦିକ ଶରତ ଚନ୍ଦ୍ର ବାରିକ , ସାମ୍ବାଦିକ ଜ୍ଞାନରଞ୍ଜନ ଦାଶ, ଜ୍ୟୋତିରାଜ ଭୋଳ, ଅମୟ ପ୍ରଧାନ, ମାନସ ରଞ୍ଜନ ବେହେରା, ଶଶୀଭୁଷଣ ମହାପାତ୍ର, ମିଲୁ ମାନସିଂହ, ବୁନୁ ଭୋଳ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ I
ହଜ ପଞ୍ଚାୟତରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

